
ଭୁବନେଶ୍ୱର, ଠକେଇ ଅଭିଯୋଗରେ ଓଡ଼ିଆ ସିନେମା ‘ଅରୁନ୍ଧତୀ’ର ଅନ୍ୟତମ ପ୍ରଯୋଜକ ଅଜିତାଭ ମଲ୍ଲିକ ଗିରଫହୋଇଛନ୍ତି । ଠକେଇ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଆସିଷ୍ଟାଂଟ ପ୍ରଫେସର ।୮୫ ଲକ୍ଷ ଠକେଇ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ୍ ଅଜିତାଭ୍ ଙ୍କୁ ଗିରଫ କରିଛି ।
ଅଜିତାଭ ଭୁବନେଶ୍ୱର କୋଳଥିଆ ଅଂଚଳରେ ଥିବା ଡୁପ୍ଲେକ୍ସ ଘର ବିକିବା ପାଇଁ କହି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଂଟ ପ୍ରଫେସରଙ୍କୁ କୋଟିଏ ଟଙ୍କାରେ ଘର ବିକ୍ରି କରିବାକୁ କହିଥିଲେ । ଆସିଷ୍ଟାଂଟ ପ୍ରଫେସର ଏଥିରେ ରାଜି ହେବାରୁ ପ୍ରଥମେ ୨୫ ଲକ୍ଷ ଟଙ୍କାର ନଗଦ, ଏହାପରେ ବିଭିନ୍ନ ଆକାରରେ ମୋଟ୍ ୮୫ ଲକ୍ଷ ଟଙ୍କା ଦେଇଥିଲେ ।କିନ୍ତୁ ଟଙ୍କା ନେବା ପରେ ଅଜିତାଭ ଘର ଦେଇନଥିଲେ ।
ଏ ନେଇ ସଂପୃକ୍ତ ମହିଳା ଆସିଷ୍ଟାଂଟ ପ୍ରଫେସର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ଆଜି ପୁଲିସ ଅଭିଯୁକ୍ତ ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଛି ।