-
ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି ତରଫରୁ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁର୍ନୀତି ଗ୍ରସ୍ତ ୱେଲଫେୟାର କୋର୍ଡିନେଟରଙ୍କ ଏକଚାଟିଆ, ମନମୁଖୀ, ଲାଞ୍ଚୁଆ କାର୍ଯ୍ୟଧାରାକୁ ବିରୋଧ କରାଯାଇଛି | ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି, ପୁରୀ ଜିଲ୍ଲା ତରଫରୁ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିର୍ମାଣ ଶ୍ରମିକ ପଞିକରଣ ଠାରୁ ଆରମ୍ଭ କରି ବାର୍ଷିକ ଦେୟ, ସହାୟତା ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ମାତ୍ରାଧିକ ଲାଞ୍ଚ କାରବାରରେ ୱେଲ୍ ଫେୟାର କୋର୍ଡିନେଟର ଲିପ୍ତ ରହିବା ସହ ପାତର ଅନ୍ତର ନିତୀରେ କିଛି ଶ୍ରମିକ ୟୁନିୟନ ଓ ୱେଲ୍ ଫେୟାର କୋର୍ଡିନେଟରଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ବ୍ୟକ୍ତି ବିଶେଷମାନଙ୍କର କାର୍ଯ୍ୟ କରୁଥିବା ସ୍ଥଳେ, ଏହି କାର୍ଯ୍ୟକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର କର୍ମକର୍ତାମାନଙ୍କୁ ପୁରୀ ସହରର କିଛି ଅସାମାଜିକ ଯୁବକମାନଙ୍କ ଦ୍ୱାରା ନାନାଦି ଧମକ ଚମକ ଦେଉଛନ୍ତି। ୨୦୧୭ ମସିହା ଠାରୁ ଅଦ୍ୟାବଧି ପୁରୀ ଶ୍ରମ କାର୍ଯ୍ୟାଳୟରେ ଶିକ୍ଷାବୃତ୍ତି, ମୃତ୍ୟୁ କାଳୀନ ଓ ବିବାହ ସହାୟତା ଦରଖାସ୍ତ ଗୁଡିକ ପଡି ରହି ଖତ ଖାଉଥିବା ସ୍ଥଳେ ୨୦୧୯ – ୨୦୨୦ ର ସହାୟତା ଦରଖାସ୍ତ ଗୁଡିକୁ ସମ୍ପୃକ୍ତ ନିଯୁକ୍ତି ପ୍ରାପ୍ତ ବ୍ୟକ୍ତିମାନଙ୍କ ମାର୍ଫତରେ ଦରଖାସ୍ତ ଓ ପ୍ରଚୁର ଅର୍ଥ ଆଦାୟ କରାଯାଇ ସେହି ସ୍ୱଳ୍ପ ମାତ୍ରାର ସହାୟତା ପ୍ରଦାନ କରାଯାଉଛି । ୱେଲ୍ ଫେୟାର କୋର୍ଡିନେଟର ଉଦ୍ଦେଶ୍ୟମୁଳକ ଭାବରେ ସହାୟତା ଦରଖାସ୍ତଗୁଡିକୁ ନଷ୍ଟ କରି ଦେଉ ଥିବାର ସମନ୍ୱୟ କମିଟି ଅଭିଯୋଗ କରିଛନ୍ତି। ଆଜି ସମନ୍ଵୟ କମିଟି ତରଫରୁ ୱେଲ୍ ଫେୟାର କୋର୍ଡିନେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଣ୍ଡଳ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଛି। ଏହି ଧାରଣା କାର୍ଯ୍ୟକ୍ରମରେ ୱେଲ୍ ଫେୟାର କୋର୍ଡିନେଟରଙ୍କ ବଦଳି, ଦୁର୍ନୀତିର ବିଦ୍ଧି ବଦ୍ଧ ତଦନ୍ତ ଓ କୋଭିଡ ସହାୟତା ପଞିକୃତ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷା ପାଇଁ ସହାୟତା ଦାଵୀ କରା ଯାଇଥିଲା। ଏହି ଦାଵୀ ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶରତ କୁମାର ରାୟଗୁରୁ, ଗ୍ୟାନ ରଞନ ଦାସ, ମଧୁସୂଦନ ପ୍ରଧାନ, ସ୍କୃତି ରଞନ ଦାସ, ସତ୍ୟମନ୍ୟୁ ପ୍ରଧାନ, ମହେଶ୍ୱର ମହାରଣା, କମଳ ନାରାୟଣ ରଥ, ବିପିନ୍ ରାଉତ, ମିଟୁ ମହାପାତ୍ର, ବିପିନ୍ ନାୟକ, ଅକ୍ଷୟ କାଣ୍ଡି, ସୁଦର୍ଶନ ପ୍ରଧାନ, ସୁଶାନ୍ତ ପରିଡା, ପ୍ରଶାନ୍ତ ବେହେରା, ପ୍ରଶନ୍ନ ବିଶ୍ୱାଳ ପ୍ରମୁଖ ଦାଵୀ କରିଛନ୍ତି।