
ମାଲକାନଗିରି– ମାଲକାନଗିରି ଥାନା ଅନ୍ତର୍ଗତ ଏ ମ ଭି ୧୬ ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କାର ଟି ମାଲକାନଗିରି ରୁ ଆସି କାଲିମେଳା ଦିଗରେ ଯାଉଥିବା ସମୟରେ ହଠାତ କାର ଟି ଗ୍ରାମ ମୁଖ୍ୟ ରାସ୍ତା କଡରେ ଅଟକି ଯାଇଥିଲା ଏବଂ କାର ଚାଳକ ବାହାରିବା ମାତ୍ରେ ସେଥିରେ ନିଆ ଲାଗିଯାଇଥିଲା । ପରବର୍ତୀ ସମୟ ଗ୍ରାମବାସୀ ଏବଂ ଦମକଳ ବାହିନୀ ଙ୍କ ସାହାଯ୍ୟରେ ନିଆକୁ ଆୟତ କରାଯାଇଥିଲା । ସୌଭାଗ୍ୟ ବସତ କାର ଟିରେ କେହି ଯାତ୍ରୀ ନଥିଲେ । ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଦମକଳ ବହିନୀଙ୍କ ଯାଞ୍ଚ ସମୟରେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଛି । ଗାଡିଟି କାହାର ଏବଂ କିଭଳି ନିଆଁ ଲାଗିଗଲା ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଗାଡ଼ି ଚାଳକକୁ ଖୋଜିବାକୁ ଲାଗିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO