![](https://indokalingtimes.com/wp-content/uploads/2020/09/ea97d4d992b456094e8cc6375f7e95161421b71a5c73f73b03ec88ed283c1e97_1-e1600778442861.jpg)
![](https://indokalingtimes.com/wp-content/uploads/2020/09/ea97d4d992b456094e8cc6375f7e95161421b71a5c73f73b03ec88ed283c1e97_1-e1600778442861.jpg)
ମାଲକାନଗିରି– ମାଲକାନଗିରି ଥାନା ଅନ୍ତର୍ଗତ ଏ ମ ଭି ୧୬ ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କାର ଟି ମାଲକାନଗିରି ରୁ ଆସି କାଲିମେଳା ଦିଗରେ ଯାଉଥିବା ସମୟରେ ହଠାତ କାର ଟି ଗ୍ରାମ ମୁଖ୍ୟ ରାସ୍ତା କଡରେ ଅଟକି ଯାଇଥିଲା ଏବଂ କାର ଚାଳକ ବାହାରିବା ମାତ୍ରେ ସେଥିରେ ନିଆ ଲାଗିଯାଇଥିଲା । ପରବର୍ତୀ ସମୟ ଗ୍ରାମବାସୀ ଏବଂ ଦମକଳ ବାହିନୀ ଙ୍କ ସାହାଯ୍ୟରେ ନିଆକୁ ଆୟତ କରାଯାଇଥିଲା । ସୌଭାଗ୍ୟ ବସତ କାର ଟିରେ କେହି ଯାତ୍ରୀ ନଥିଲେ । ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଦମକଳ ବହିନୀଙ୍କ ଯାଞ୍ଚ ସମୟରେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଛି । ଗାଡିଟି କାହାର ଏବଂ କିଭଳି ନିଆଁ ଲାଗିଗଲା ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଗାଡ଼ି ଚାଳକକୁ ଖୋଜିବାକୁ ଲାଗିଛି ।