Related Stories
November 23, 2024
ମାଲକାନଗିରି-ଲକ ଡାଉନ ସଟ ଡାଉନ ଯାଗୁଁ ସମସ୍ତେ ନିଜ ନିଜ ସ୍ଥାନ ରେ ଠପ।ନା କିଏ କେଉଁଠାରୁ ଆସି ପାରିଲେ ନା କିଏ କେଉଁଠାକୁ ଯାଇ ପାରିଲେ।ସ୍କୁଲ କଲେଜ ସବୁ ଛୁଟି ହେବାରୁ କିଛି ଶିକ୍ଷକ ମଧ୍ୟ ନିଜ ନିଜ ସ୍କୁଲ ରେ ଫସି ରହିଲେ।ସେଠାରୁ ଆରମ୍ଭ ହେଲା ରାଏ ବାବୁଙ୍କ ବଗିଚା ନିଶା। କୁତ୍ରିମ ପାର୍କ ର ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଙ୍ଗାମ ଠାରେ ଥିବା ଅନିସୁଚିତ ଜାତି ଜନଜାତି ବିଭାଗର ବାଳିକା ବିଦ୍ୟାଳୟରେ ।ଯାହା କେବଳ ମାତ୍ର ୬ ମାସ ର ପରିଶ୍ରମରେ ସମ୍ଵଭ ହୋଇପାରିଛି ।ଦେଶ ତମାମ ଲକ ଡାଉନ ସଟ ଡାଉନ ରେ ଲୋକେ ଫସି ରହିଥିବା ବେଳେ ସ୍କୁଲ ବନ୍ଦ ହୋଇଯିବାରୁ କିଛି ଶିକ୍ଷକ ମଧ୍ୟ ନିଜ ନିଜ ବିଦ୍ୟାଳୟ ରେ ଫସି ରହିଲେ ! ପ୍ରଧାନ ଶିକ୍ଷକ ପ୍ରତାପ କୁମାର ରାଏ ମଧ୍ୟ ଫସି ରାହିଲେ ନିଜ ସ୍କୁଲ ରେ।ସ୍କୁଲ ରେ ଫସି ରହିବା ଯାଗୁଁ ପ୍ରଧାନ ଶିକ୍ଷକ ଙ୍କ ମୁଣ୍ଡରେ ପଶିଲା ବଗିଚା ର ନିଶା ଆଉ ୬ ମାସ ର କଠିନ ପରିଶ୍ରମ ଫଳରେ ଏବେ ସୁବଜ ସବୁଜ ପନିପରିବା ସହ ଫୁଲ ଓ ଫଳ ମଧ୍ୟ ଏହି ବଗିଚା ରେ ଫଳିଛି।ପ୍ରତାପ କୁମାର ରାଏ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍କୁଲ ରେ ତଥା ସ୍ୱାଭିମାନ ଅଞ୍ଚଳ ର ପଣସପୁଟ ରେ ମଧ୍ୟ ଶିକ୍ଷକତା କରିସାରିଥିବା ବେଳେ ପ୍ରଥମ ଥର ପାଇଁ ପ୍ରଧାନ ଶିକ୍ଷକ ର ଦାଇତ୍ୱ ତୁଲାଇଛନ୍ତି ଏହି ସ୍କୁଲ ରେ।ବିଭିନ୍ନ ସ୍କୁଲ ରେ ରହିଆସି ଥିବାରୁ ଅଭିଜ୍ଞତା ଏହି ସ୍କୁଲ ରେ ଝଲକୀ ଉଠୁଛି।ଏହି ବଗିଚା ରେ ରଜନୀଗନ୍ଧା ଫ୍ଲୁଲ ଠୁ ଆରମ୍ଭ କରି ପ୍ରାୟ ୧୮ ପ୍ରକାର ମନ୍ଦାର ସହ ଚମ୍ପା,କନିଆରୀ,ଜୁଇ, ଯାଇ, ହେନା, ଫୁଲ,କଟନ ଆଦି ଲଗାଯାଇଥିବା ବେଳେ ଫଳରେ ଆମ୍ବ,କଦଳୀ,ପଣସ,ପିଜୁଳି,ନାସ୍ପତି,ଲିଚୁ,ସେପେଟା, ଅଁଳା, ଡାଲିମ୍ବ ଏଭଳି ୧୫ ପ୍ରକାର ର ଫଳ ଗଛ ଲଗାଯାଇଛି।ସେହି ଭଳି ପରିବାରେ କଖାରୁ,କଦଳୀ,ଭେଣ୍ଡି, ଜହିଁ,ମକା,ପୋଇ, କାଙ୍କଡ଼, ବାଇଗଣ ଆଦିପରିବା ଏଠି ଫଳି ରହିଥିବା ର ଦେଖାଦେଇଛି।ଆଉ ଗୋଟିଏ ଚିତା କର୍ଷଣ ଦୃଶ୍ୟ ହେଉଛି ସ୍କୁଲ ବଗିଚା ରେ ଫୁଲରେ ଭାରତ ମାନଚିତ୍ର।ସୁସଂଜିତ ସହ ଏହି ଚିତ୍ର ସତରେ ବହୁତ ଆକର୍ଷଣୀୟ।ଲକ ଡାଉନ ସଟ ଡାଉନ ର ପୁରା ପୁରି ଫାଇଦା ଉଠାଇ କିଭଳି ଏହି ସ୍କୁଲ କୁ ସୁନ୍ଦର ଓ ସୁସଜୀତ କରାଯିବ ତାକୁ ନେଇ ଖୁବ ତତ୍ପର ଦେଖାଇଛନ୍ତି ଏହି ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ରାଏ।ଆଉବେଳେ ବେଳେ ଗ୍ରାମବାସୀ ଙ୍କୁ ଚାରା ମଧ୍ୟ ବଣ୍ଟାଯାଇଥାଏ ସ୍କୁଲ ପକ୍ଷରୁ।ବିଦ୍ୟାଳୟ ପରିସରରେ ହୋଇଥିବା ଏହି ସୁନ୍ଦର ବଗିଚା କୁ ଦେଖିଲେ ଯେ କେହିବି କିଛି ସମୟ ପାଇଁ ସେଠାରେ ରହିଯିବାକୁ ଇଚ୍ଛା କରିବ !