ଗଞ୍ଜାମ– ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାକୁ କୌଣସି ବିପଦ ନାହିଁ । ଏଣୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ କୌଣସି ସତର୍କ ସୂଚନା ଜାରୀ କରାଯାଇନାହିଁ । ତଥାପି, ସମୁଦ୍ର ଅଶାନ୍ତ ରହିବା ଆଶଙ୍କାରେ ଆଜି ଓ ଆସନ୍ତା କାଲି ତଥା ସୋମବାର ଓ ମଙ୍ଗଳବାର ମତ୍ସ୍ୟଜିବୀ ମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ ୪୫ ରୁ ୫୫ କି.ମି. ବେଗରେ ପବନ ବହିପାରେ ଏବଂ ଘଡ଼ଘଡ଼ି ସହିତ କେତେକ ସ୍ଥାନରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ବୋଲି ଗୋପାଳପୁର ପାଣିପାଗ କେନ୍ଦ୍ରର ବୈଜ୍ଞାନିକ କେ.ଏସ. ମୂର୍ତି ଓ ବାଳକୃଷ୍ଣ ତ୍ରିପାଠୀ ସୂଚନା ଦେଇଛନ୍ତି ।
Related Stories
November 23, 2024