ନୂଆଦିଲ୍ଲୀ-ଚାଷୀଙ୍କ ପାଇଁ ଅଣାଯାଇଥିବା ୩ଟି କୃଷି ବିଧେୟକକୁ ନେଇ ଆଜି ସଡ଼କରୁ ସାଂସଦ ଯାଏଁ ବିରୋଧ ପ୍ରଦର୍ଶନ ହେଉଛି । ଏହି ବିଧେୟକଙ୍କୁ ନେଇ ବିରୋଧୀ ଦଳର ନେତାମାନେ ଗରମ ଦେଖାଯାଇଛନ୍ତି । ଏନଡିଏର ସହଯୋଗୀ ଆକାଳୀ ଦଳ ମଧ୍ୟ ବିଦ୍ରୋହୀ ପାଲଟିଛି । କିନ୍ତୁ ସମସ୍ତ ବିରୋଧ ପରେ ବି ସରକାର ଆଜି ବିଧେୟକକୁ ରାଜ୍ୟସଭାରେ ଉପସ୍ଥାପନ କରିବାକୁ ଯାଉଛନ୍ତି