ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୪୩୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୯୮୮୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୧୬୫୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୩୭୪୬୯ ରହିଛି ।
ଆଜି ଚିହ୍ନଟ ହୋଇଥିବା ୪୩୩୦ ଜଣଙ୍କ ମଧ୍ୟରୁ ୨୫୫୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୭୭୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୬୪୪ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୭୬ , ବାଲେଶ୍ୱର ଜିଲ୍ଲାରେ ୧୨୧ ଜଣ, ବରଗଡ ଜିଲ୍ଲାରେ ୯୯, ଭଦ୍ରକ ଜିଲ୍ଲାରେ ୭୪, ବଲାଙ୍ଗିର ଜିଲ୍ଲାରେ ୭୯, ବୌଦ୍ଧ ଜିଲ୍ଲାରେ ୪୭,କଟକ ଜିଲ୍ଲାରେ ୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୧୨. ଢେଙ୍କାନାଳ ଜିଲ୍ଲାରେ ୬୭, ଗଜପତି ଜିଲ୍ଲାରେ ୧୧, ଗଂଜାମ ଜିଲ୍ଲାରେ ୫୧, ଜଗତସିଂହପୁର ଜିଲ୍ଲାରେ ୧୬୭, ଯାଜପୁର ଜିଲ୍ଲାରେ ୧୫୮ . ଝାରସୁଗୁଡା ଜିଲ୍ଲାରେ ୧୫୩, କଳାହାଣ୍ଡି ଜିଲ୍ଲାରେ ୧୦୦ . କନ୍ଧମାଳ ଜିଲ୍ଲାରେ ୧୭୮, କେନ୍ଦ୍ରାପଡା ଜିଲ୍ଲାରେ ୧୦୭ ,କେନ୍ଦୁଝର ଜିଲ୍ଲାରେ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୯୪ ଜଣ, ମାଲକାନଗିରି ଜିଲ୍ଲାରେ ୬୩ , ମୟୁରଭଂଜ ଜିଲ୍ଲାରେ ୧୫୨ ନବରଙ୍ଗପୁୁରରେ ୧୩୩, ନୟାଗଡ ଜିଲ୍ଲାରେ ୫୩, ନୂଆପଡା ଜିଲ୍ଲାରେ ୬୨, ପୁରୀ ଜିଲ୍ଲାରେ ୨୯୨ ରାୟଗଡା ଜିଲ୍ଲାରେ ୮୫, ସମ୍ବଲପୁର ଜିଲ୍ଲାରେ ୧୦୭ ,ସୋନପୁର ଜିଲ୍ଲାରେ ୨୫ ତଥା ସୁନ୍ଦରଗଡ ଜିଲ୍ଲାରେ ୧୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୨୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।