ଭୁୁବନେଶ୍ୱର– ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ବିୟୋଗରେ ଆଇନମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ଶ୍ରୀ ଦାସ ମହାପାତ୍ରଙ୍କ ନିଧନ ଖବର ପାଇ ସେ ମର୍ମାହତ । ସ୍ୱର୍ଗତ ଶ୍ରୀ ଦାସ ମହାପାତ୍ର ଦେବୀ ସୁଭଦ୍ରାଙ୍କ ବାଡଗ୍ରାହି (ଅଙ୍ଗରକ୍ଷୀ) , ଦଇତାପତି ନିଯୋଗର ସମ୍ପାଦକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ । ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଠାରୁ ଆରମ୍ଭ କରି ଶ୍ରୀମନ୍ଦିରର ନିତୀକାନ୍ତୀ ଓ ପରିଚାଳନା କ୍ଷେତ୍ରରେ ତାଙ୍କର ମହତ୍ୱ ପୂର୍ଣ୍ଣ ଯୋଗଦାନ ଥିଲା ।
ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତିା