Related Stories
November 23, 2024
ମାଲକାନଗିରି– ଦୁର୍ବଳ ହେବାରେ ଲାଗିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ର ପ୍ରମୁଖ ଦୁଇଟି ପୋଲ କନ୍ୟାଶ୍ରମ ଏବଂ ପୋଟେରୁ ପୋଲ । ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ ଓ କାଲିମେଳା -ପଡିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ପ୍ରତିବର୍ଷ ଲଗାଣ ବର୍ଷାରେ ୪ ଫୁଟ ରୁ ୫ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ପୋଲର ଗୋଟିଏ ପାର୍ଶରେ କଂକ୍ରିଟ୍ ଝଡିଯାଇଛି ଓ ଲୁହ ଛଡ଼ଗୁଡିକ ବାହାରକୁ ବାହାରିପଡିଛି ।କେତେକ ଅସାମାଜିକ ଲୋକମାନେ ଲୁହାଛଡଗୁଡିକୁ କାଟି ନେବାର କେତଥର ଅଭିଯୋଗ ମଧ୍ୟ ହୋଇଛି ।କିଛି ବର୍ଷ ହେଲା ପ୍ରଶାସନ ତରଫରୁ ଦୁର୍ବଳ ପୋଲ ଗାଡି ଧୀରେ ଚଲାନ୍ତୁ ଲେଖା ହୋଇଥିବା ଦୁଇଟି ଫଳକ ପୋଲ ଆରମ୍ଭରେ ଲଗାଯାଇଥିବା ଦେଖି ବାକୁ ମିଳିଛି । କେତେବେଳେ ପୋଲ ଭୁଶୁଡ଼ି ପଡ଼ିବ କହି ହେଉ ନାହିଁ । ଅନ୍ୟପକ୍ଷରେ ନୂଆ ହାଇଲେବୁଲ ପୋଲ ମନ୍ଥର ଗତିରେ ଚାଲିବା ସହ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ପ୍ରତିବର୍ଷ ଲଗାଣ ବର୍ଷାରେ ସେତୁ ଗୁଡିକ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି କାରଣ ଜିଲ୍ଲାର ସମସ୍ତ ପୋଲ ଗୁଡ଼ିକ ତଳୁଆ ଥିବାରୁ ଟିକିଏ ବର୍ଷା ହେଲେ ଜଳ ବ୍ରଭାବିତ ହୋଇଥାଏ ,ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଅଟକି ରହୁଛି । ପୋଲ ଉପରେ ଜଳ ପ୍ରବାହିତ ହେଲେ ମାଲକାନଗିରି, ପଡିଆ- କାଲିମେଳା ଓ ମୋଟୁ ଶହ ସଂଯୋଗ କରୁଥିବା ପଡୋଶୀ ରାଜ୍ୟ ତେଲେଙ୍ଗାନା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉ ଛି ।ଫଳରେ ମାଲକାନଗିରି ବାସୀ ଙ୍କୁ ବହୁ ଅସୁବିଧାରେ ସମୁଖୀନ ହେବାକୁ ପଡିଥାଏ ! ବିଶେଷ କରି ମେଡିକାଲ କୁ ଯିବାଆସିବା ରେ ଅସୁବିଧା ହୋଇଥାଏ। ଏହାକୁ ଆଖିରେ ରଖି ସରକାରଙ୍କ ପକ୍ଷରୁ ୨ ବର୍ଷ ତଳେ ଜିଲ୍ଲାରେ ହାଇଲେବୁଲ ପୋଲ ନିର୍ମାଣ ପାଇଁ ନିଷ୍କତି ନିଆଯାଇଥିଲା । ସରକାରଙ୍କ ପକ୍ଷରୁ ୧୨ , ୭୦ କୋଟି ଟଙ୍କାରେ ହାଇଲେବୁଲ ପୋଲ ନିର୍ମାଣ ଲାଗି ୨୦୧୮ ଜୁଲାଇ ୧୩ ତାରିଖରେ ଏକ ଘରୋଇ କମ୍ପାନିକୁ ଟେଣ୍ଡର ଦିଆଯାଇଥିଲା । ବର୍ଷ ଭିତରେ ପୋଲ ନିର୍ମାଣ ଲାଗି ଚୁକ୍ତି କରିଥିଲା ଘରୋଇ ସଂସ୍ଥା । ୨୦୧୯ ଜୁଲାଇ ୧୩ ତାରିଖ ସୁଦ୍ଧା ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ ଏହି କାର୍ଯ୍ୟକୁ ପରିବର୍ତ୍ତନ କରାଯାଇଥିବାରୁ ନିର୍ମାଣ କାମରେ ସାମାନ୍ୟ ବିଳମ୍ବ ହୋଇଥିଲା । ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ପୋଲ ନିର୍ମାଣ ଶେଷ ହୋଇପାରୁନି କି ପୋଲ ଗୁଡିକ ଉଞ୍ଚା ହଉନି । ଅନ୍ୟପକ୍ଷରେ ଠିକା ନେଇଥିବା କମ୍ପାନି ପକ୍ଷରୁ ପୋଲ ନିର୍ମାଣ କାମ ଅତ୍ୟନ୍ତ ନିମ୍ନମାନର ଓ ମନ୍ଥର ଗତିରେ କରାଯାଉଛି । ପୁଣି ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ର ତଦାରଖ କରାଯାଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।