
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ବିଶ୍ବକବି ରବିନ୍ଦ୍ରନାଥ ଟାଗୋର ଙ୍କ ସ୍ମାରକୀ ବହନ କରୁଥିବା ଜନ ଗଣ ମନ ଜାତୀୟ ସଙ୍ଗୀତ ତଥା ନୋବେଲ ପୁରସ୍କାର ପାଇଥିବା ଗୀତାଞ୍ଜଳୀ କାବ୍ୟ କୁ ଇଂରାଜୀ ଭାଷାରେ ଅନୁବାଦ କରିଥିବା ବିଶ୍ବକବି ଙ୍କ କର୍ମକ୍ଷେତ୍ର ପାଥେରପୁରୀ ହଷ୍ଟେଲ ଶିକ୍ଷାର ଉନ୍ନତି ପାଇଁ ୧୯୪୫ ମସିହାରେ ଉତ୍ସର୍ଗୀକୃତ ହୋଇଥିଲା ।ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଛାତ୍ର ନିବାସ ରୂପରେ ପଥେରପୁରୀ ହଷ୍ଟେଲ କାର୍ଯ୍ୟରତ ଥିଲା |ପ୍ରଶାସନ ଏହାକୁ ବେଆଇନ ଭାବେ ଦଖଲ ଓ ଭାଙ୍ଗି ସମୁଦ୍ର କୂଳକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚଳାଇଥିଲେ |ଏହା ବିରୁଦ୍ଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପୁରୀ ବାର ଆଶ୍ସୋସିଏସନ ର ସଦସ୍ୟ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୂର୍ବତନ ଛାତ୍ର ମାନେ ବିକ୍ଷୋଭ କରିଥିଲେ |ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ହଷ୍ଟେଲ ସାମ୍ନାରେ ଓ କଲେଜ ସାମ୍ନାରେ ବିକ୍ଷୋଭ କରିବା ସହିତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତରେ ଦାବୀ ଜଣାଇଥିଲେ |
କଲେଜ ର ଅଧ୍ୟକ୍ଷଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା |ଏହାପରେ ଆଜି ଶନିବାର ଦିନ ଉପ ଜିଲ୍ଲାପାଳ ଭବ ତାରଣ ସାହୁଙ୍କ ସାହିତ ତାଙ୍କ କାର୍ଯ୍ୟାଳୟ ସାମ୍ନାରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ପୁରୁଣା ଛାତ୍ର ମାନେ ଏବଂ ଛାତ୍ର ନେତା ଏକତ୍ରିତ କଥାହେଲେ |କଥାହେବା ପରେ ପ୍ରଶାସନ ନିଜର ଭୁଲକୁ ସୁଧାରିବା ସହିତ ସାତଦିନ ମଧ୍ୟରେ ପ୍ରାଚୀର ନିର୍ମାଣ କରିବେ |ଏହି ବିଷୟରେ ଛାତ୍ର ନେତାମାନେ ସାମୁହିକ ଭାବେ ଏହି ସୂଚନା ପ୍ରଦାନ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO