
ଭଞ୍ଜନଗର – ଗତକାଲି ବିଳମ୍ବିତ ରାତିରେ ଏକ ବାଇଗଣ ବୋଝଇ ପିକଅପ ଭ୍ୟାନ୍ ବରପାଲି ରୁ ଆସିକା ମୁଣ୍ଡ ମରେଈ ଆସୁଥିବା ବେଳେ କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ସେ ଗାଡି ପଛରେ ଆସୁଥିବା ଆଉ ଏକ ଗାଡି ର ଡ୍ରାଇଭର ସନ୍ତୋଷ କୁମାର ଦାଶ ଦୁର୍ଘଟଣା ଘଟିଥିବା ଭ୍ୟାନ୍ ରୁ ଗୁରୁତର ଅବସ୍ଥାରେ ଡ୍ରାଇଭର ପ୍ରତାପ କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ l ଏଠାରେ ଡାକ୍ତର ପ୍ରତାପ କୁ ମୃତ ଘୋଷଣା କରିଥିଲେ l ମୃତ ପ୍ରତାପ ର ଘର କବିସୂର୍ଯ୍ୟ ନଗର ରେ ବୋଲି ଜଣା ପଡିଛି l