କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ପରିମାଣରେ ମଦ ଦୋକାନ ଖୋଲାଯିବା ସହ ଚୋରା ମଦ କାରବାର ହେଉଥିବାରୁ ଏହାକୁ ତୀବ୍ର ବିରୋଧ କରି କେନ୍ଦ୍ରାପଡା ଜିଲ୍ଲା ମିଳିତ ଓଡିଶା ନିଶାନିବାରଣ ଶାଖା ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଧାରଣା ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀକୁ ବହୁ ଆଡମ୍ବର ସହକାରେ ପାଳନ କରୁଥିବାବେଳେ ଗାନ୍ଧିଜୀଙ୍କ ନିଶାମୁକ୍ତ ଭାରତ ସ୍ୱପ୍ନକୁ ଧ୍ୱଂସ କରି ମଣିଷର ସାମାଜିକ ଓ ଆର୍ଥିକ ପାରିବାରିକ ସ୍ଥିତିକୁ ନଷ୍ଟ କରି ଚାଲିଛନ୍ତି ବୋଲି ଅଭିଯୋଗ କରି ଏହା ପ୍ରତିବାଦରେ ଏବଂ ଓଡିଶା ନିଶା ନିବାରଣ ଆଇନ୍ ୧୯୫୬କୁ ଅବିକଳଭାବେ ତୁରନ୍ତ କାର୍ଯ୍ୟକାରୀ କରି ଓଡିଶାକୁ ନିଶାମୁକ୍ତ ରାଜ୍ୟଭାବେ ଘୋଷଣା କରିବା ଦାବିରେ ସଂଗଠନର ଶତାଧିକ କର୍ମର୍ୀ ଗାନ୍ଧିଜୀଙ୍କ ଫଟୋ ରଖି ଆନ୍ଦୋଳନରେ ବସି ରହିଥିଲେ । କେନ୍ଦ୍ରାପଡା ବ୍ଲକର ଶ୍ୟାମସୁନ୍ଦରପୁର, ଗୋପଛକ,ବାରିମୁଳ ପ୍ରଭୃତି ସ୍ଥାନମାନଙ୍କରେ ପ୍ରବଳ ପ୍ରତିବାଦ ସତ୍ୱେ ଚଂଚକତା କରି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବା ପ୍ରଶାସନିକ ଅଧିକାରୀମାନଙ୍କର ଆଜି ଦିନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା, ଗାନ୍ଧିଜିଙ୍କ ପ୍ରତି ବଡ ଅପମାନ ବୋଲି ଅଭିହିତ କରିଥିଲେ । ଜିଲ୍ଲା ସଂପାଦକ ଆଦିକନ୍ଦ ରାଉଳ, ପାର୍ବତୀ ନାୟକଙ୍କ ନେତୃତ୍ୱରେ ବ୍ଲକ ସଭାପତି ଦୈାପ୍ରଦୀ ରାଉତ, ବାସନ୍ତୀ ସାହୁ, ରବିନ୍ଦ୍ର ନାଥ ରଥ, ନିରଞ୍ଜନ ପରିଡା, ସୁବାସିନି ଭଦ୍ର, ନିରୁପମା ମହାନ୍ତି, ରମଣୀରଂଜନ ରାଉତରାୟ, ଭାଗିରଥି ଜେନା, ଜିତେନ୍ଦ୍ର କୁମାର ଜେନା, ବିକାଶ ଚନ୍ଦ୍ର ବେଉରା, ଜ୍ୟୋସ୍ନାରାଣୀ ମହାନ୍ତି, ସସ୍ମିତା ବେହେରା, ଭାରତୀ ପ୍ରଧାନ ପ୍ରମୁଖ ଏହି ଅନଶନରେ ଅଂଶଗ୍ରହଣ କରିଥିଲେ ।
Related Stories
March 27, 2024
March 27, 2024