
ବେଲଗୁଣ୍ଠା-ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ପଞ୍ଚାୟତ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣ ପୁର ଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ଏକ ୱେବିନାର ଗୁଗୁଲ୍ ମିଟ୍ ମାଧ୍ୟମରେ ପାଳିତ ହୋଇଯାଇଅଛି ।ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଓ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍.ଧନଞ୍ଜୟ ସମ୍ମିଳିତ ଉଦ୍ୟମରେ ବିଦ୍ୟାଳୟର ବିକାଶ ବୋଲି ମତବ୍ୟକ୍ତ କରିଥିଲେ ।ମୁଖ୍ୟବକ୍ତା ଭାବରେ ଭୁବନେଶ୍ୱରସ୍ଥିତ ରାଜଧାନୀ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଡାଃ ବିଭୁତି ଭୁଷଣ ମହାପାତ୍ର ଜୀବନଶୈଳୀ ପରମ୍ପରା ପର୍ଯ୍ୟବେଷିତ ହେବା ସହିତ ଆଧୁନିକ କୌଶଳ ଭିତ୍ତିକ ହେବା ଉଚିତ ଏବଂ ଶାସନ ପ୍ରଶାସନ ଓ ଅନୁଶାସନର ସମନ୍ୱୟ ଦ୍ୱାରା ଉତ୍ତମ ନାଗରିକ ନିର୍ମାଣ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନିତ ଅତିଥି ଭାବରେ ପୂର୍ବତଟ ରେଳପଥର ସଙ୍ଗୀତଜ୍ଞ ଜ୍ୟୋତି ପ୍ରକାଶ ସାହୁ ଆଦର୍ଶ ବିଦ୍ୟାଳୟର ଛାତ୍ର ମାନଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଥିଲେ ।ସ୍ୱତନ୍ତ୍ର ଅତିଥି ଭାବରେ ବେଲଗୁଣ୍ଠା ଏ.ବି.ଇ.ଓ ପ୍ରଶନ୍ନ କୁମାର ବେହେରା ସାମଗ୍ରିକ ବିକାଶ ପାଇଁ ସାମୁହିକ ପ୍ରଚେଷ୍ଟା ଅନିର୍ବାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଭାବରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ବିଦ୍ୟାଳୟର ଉନ୍ନତି କଳ୍ପ ବିବିଧ ପରାମର୍ଶ ପ୍ରଦାନ କରିଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷ ସଦାଶିବ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମାସ୍ୟା ନିରାକରଣ,ଆଦର୍ଶ ବିଦ୍ୟାଳୟର ସ୍ଥାପନର ଉଦ୍ଦେଶ୍ୟ ଓ ବିକାଶ ମୁଳକ ଯୋଜନା ସମ୍ବନ୍ଧରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଦୃଷ୍ଟି ଆକର୍ଷଣ କରିଥିଲେ ।ପ୍ରାରମ୍ଭରେ ସଂସ୍କୃତ ଶିକ୍ଷକ ଡଃ ଦୁର୍ଗା ପ୍ରସାଦ ମିଶ୍ର ବେଦପାଠ କରିବା ସହିତ ସଭା ସଞ୍ଚାଳନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ନମ୍ରତା,ପ୍ରାଚୀପ୍ରଭା,ସୁଦର୍ଶନ,ସନ୍ତୋଷ,ବର୍ଷା,ରବିନାରାୟଣ,ପ୍ରଶାନ୍ତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ରାମଚନ୍ଦ୍ର ମହାରଣା ବୈଷୟିକ ସହଯୋଗ କରିଥିବା ବେଳେ ରଶ୍ମିତା କୁମାରୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।ରାମ,ଲକ୍ଷ୍ମଣ ଓ ସୁନିତା ସହଯୋଗ କରିଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO