ମାଲକାନଗିରି– ମାଲକାନଗିରି ଜିଲ୍ଲା ଅପହଞ୍ଚ ଇଲାକା ଯେପରିକି ସ୍ୱାଭିମାନ ଅଞ୍ଚଳ ର ବିଭିନ୍ନ ଗ୍ରାମକୁ ସଡକପଥ ରେ ଯୋଡି ବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପ୍ରଶାସନ ର ନାକ ତଳେ ବା ଅଳ୍ପ ଦୂରରେ ଥିବା ଗ୍ରାମ ଗୁଡିକ ର ବିକାଶ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରୀ-୩ ପଞ୍ଚାୟତ ର ଏମଭି-୧୦୯ ଗ୍ରାମରେ ଦେଖିବାକୁ ମିଳିଛି ବିକାଶର ନଗ୍ନ ରୂପ । ତେବେ ଏହି ଗ୍ରାମଟି ବାଲିମେଳା ଏନଏସି କାର୍ଯ୍ୟାଳୟ ନିକଟରେ ଥିବା ସହ ବିଭିନ୍ନ ପ୍ରଶାସନିକ ଅଧିକାରୀ ଙ୍କ ପାଦଗାଁ ରେ ପଡୁଥିଲେ ମଧ୍ୟ ସେମାନେ ଗାଁ ର ରାସ୍ତା ସମସ୍ୟା କୁ ଦେଖି ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜିକୁ ଦୀର୍ଘ ବର୍ଷ ଧରି ଗ୍ରାମବାସୀ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା କହିଛନ୍ତି। ଗ୍ରାମରେଭଲ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ବର୍ଷ ଏହି ରାସ୍ତା ଟି ଆରଡି ବିଭାଗ ଦ୍ଵାରା ୪୦ ଲକ୍ଷ ଟଙ୍କାରେ ମାଟି ସହ ମେଟାଲ ପକାଇବା କାମ ଆସିଥିବା ବେଳେ ତାହା ମଧ୍ୟ ଠିକ ସେ ହୋଇପାରିଲା ନାହିଁ। ତେବେ ଉକ୍ତ କାମରେ ଠିକାଦାର ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ମଧ୍ୟରେ ସଲସୁତୁରା ହୋଇ ବିଲ କରି ରାସ୍ତା କାମ ଟଙ୍କା ଖାଇଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରାସ୍ତା ନଥିବାରୁ ବର୍ଷା ଦିନେ ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ। ଭାରି ଯାନ ମଧ୍ୟ ବିଭିନ୍ନ ସମୟରେ ରାସ୍ତା ମଝିରେ ଦବି ଯାଉଥିବା ଦେଖିବାକୁ ମିଳିଛି। ତେବେ ତୁରନ୍ତ ଏହି ଗ୍ରାମକୁ ରାସ୍ତା କରିବା ନିମନ୍ତେ ଦାବି କରିଛନ୍ତି ଗ୍ରାମ ବାସୀ।