
ମାଲକାନଗିରି– ଗ୍ରାମରେ ପଲ୍ଲିସଭା ନକରି ଗ୍ରାମବାସୀଙ୍କ ମତାମତ ନନେଇ କିପରି ପଥର କୁଆଁରୀ ନିମନ୍ତେ ଅନୁମତି ଦିଆଗଲା !ସେଥିନେଇ କୋରୁକୋଣ୍ଡା ବିଡ଼ିଓ ଦାଶରଥି ସରାବୁ ଙ୍କୁ ପଥର କୁଆଁରୀ ବନ୍ଦ କରିବା ଉଦ୍ଦେଶ୍ୟରେ କେନ୍ଦ୍ରଗୁଫା ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି ! ଅ ଗଷ୍ଟ ମାସ ୨୪ ଏବଂ ୨୮ ତାରିଖରେ ମାଲକାନଗିରି ତହସିଲଦାର ପତ୍ର ନଂ ୨୪୨୩/୨୦, ୨୪୬୮/୨୦ ଦ୍ୱାରା ମୌଜା ଖାତା ନଂ-୬୨୩, ପ୍ଲଟ ନଂ ୧୯୧୮ ରେ ପଥର ଖାଦାନ ନିମନ୍ତେ ନିଲାମ ପ୍ରକ୍ରିୟା ବାହାର କରିଥିଲେ। ଉକ୍ତ ପଥର ଖାଦାନ ଟି କୋରୁକୋଣ୍ଡା ରାଜସ୍ୱ ବିଭାଗ ଅନ୍ତର୍ଗତ କେନ୍ଦ୍ରାଗୁପ୍ପା ଗ୍ରାମର ଅତି ନିକଟରେ ଅଛି। ଏଥିସହିତ ହେବାକୁ ଥିବା ପଥର ଖାଦାନ ର ପୂର୍ବ ଦିଗରେ ଲୋକମାନଙ୍କର ଚାଷ ଜମି, ଦକ୍ଷିଣ ଦିଗରେ ପ୍ରଧାନମନ୍ତ୍ରୀ ସଡକ ଯାହାକି ଏମଭି-୩୨ ଠାରୁ ଏମଭି-୩୧ ଦେଇ କିଚପାଲ୍ଲୀ ଗ୍ରାମକୁ ଯାଇଛି। ପଶ୍ଚିମ ଦିଗରେ ମଧ୍ୟରେ ଲୋକମାନଙ୍କର ଚାଷ ଜମି, ନଦୀ ଓ ଉତ୍ତର ଦିଗରେ କେନ୍ଦ୍ରାଗୁପ୍ପା ପ୍ରାଥମିକ ବିଦ୍ୟାଳୟ ରହିଛି। ପ୍ରାୟ ଦିନସାରା ଲୋକମାନେ ଏହି ପାହାଡ଼ ନିକଟ ଦେଇ ଯାତାୟତ କରିବା ସହ ଗୋରୁଗାଈ ମାନେ ଉକ୍ର ପାହାଡ କୁ ଚରିବା ନିମନ୍ତେ ଯାଉଥିବା ଗ୍ରାମବାସୀ କହିଛନ୍ତି। ତେଣୁ ଯଦି ଏଠାରେ ପଥର କୁଆଁରୀ କରାଯାଏ ତାହେଲେ ଗ୍ରାମବାସୀ ଙ୍କ ପ୍ରତି ବିପଦ ରହିଥିବା ଅଭିଯୋଗ କରିଛନ୍ତି। ଏଥିସହ ଏହି କୁଆଁରୀ ନିମନ୍ତେ ତହସିଲଦାର ଙ୍କୁ ପ୍ରସ୍ତାବ ଦେବା ସମୟରେ ରାଜସ୍ୱ ନିରୀକ୍ଷକ କାହିଁକି ଗ୍ରାମବାସୀ ଙ୍କ ମତାମତ ନେଇ ନଥିଲେ ତାହା ମଧ୍ୟ କହିଛନ୍ତି। ତେବେ ତହସିଲଦାର ଙ୍କ ନୋଟିସ ପାଇ ଗ୍ରାମବାସୀ ତାଙ୍କ ଗ୍ରାମରେ କୁଆଁରୀ ହେଉଥିବା ଜାଣି ଅତ୍ୟନ୍ତ ମର୍ମାହତ ହୋଇ ଏହି ପଥର ଖାଦାନ ନିମନ୍ତେ ହେଉଥିବା ନିଲାମ ପ୍ରକ୍ରିୟା କୁ ବନ୍ଦ କରିବା ଉଦ୍ଦେଶ୍ୟରେ ବିଡ଼ିଓ ଦାଶରଥି ସରାବୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଗ୍ରାମର ଗୋବିନ୍ଦ ମାଡକାମୀ, ରାମକୃଷ୍ଣ ମାଡକାମୀ, କେଶବ ଧକଡ଼, ଅର୍ଜୁନ ଦୁରୁକା, ଲୋକନାଥ ଗୌଡ଼ ଆଦି ଗ୍ରାମର ମୁଖିଆ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO