କନ୍ଧମାଳ – କଲ୍ୟାଣ ବିଭାଗ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ମୃତୁ୍ୟ ଘଟଣାରେ ହଷ୍ଟେଲ ଅଧୀକ୍ଷକଙ୍କୁ ନିଳମ୍ବିତ କରିବା ସହ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ବିଭାଗକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ ।
ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛାପଡା ହାଇସ୍କୁଲର ହଷ୍ଟେଲରେ ରହି ୮ମ ଶ୍ରେଣୀର ଛାତ୍ରୀ ଜସ୍ମିନ ଦିଗାଲ ନିମୋନିଆରେ ପୀଡିତ ହୋଇଥିଲେ । ହେଲେ ହଷ୍ଟେଲ କର୍ତୃପକ୍ଷ ଛାତ୍ରୀଙ୍କୁ ଠିକ୍ ସମୟରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇ ନଥିଲେ । ଛାତ୍ରୀ ଜଣକ ଗୁରୁତର ହେବାରୁ ଶନିବାର ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ରବିବାର ତାଙ୍କର ମୃତୁ୍ୟ ହୋଇ ଯାଇଥିଲା । ଏହି ଘଟଣା ପରେ ଛାତ୍ରୀଙ୍କ ପରିବାର ସ୍କୁଲ କର୍ତୃପକ୍ଷଙ୍କ ଅବହେଳାରୁ ତାଙ୍କ ଝିଅର ମୃତୁ୍ୟ ହୋଇଥିବା ଅଭିଯୋଗ କରିଥିଲେ ମଧ୍ୟ ଥାନାରେ ଏ ନେଇ କୌଣସି ଅଭିଯୋଗ କରି ନାହନ୍ତି । ତେବେ ପରିବାରଙ୍କ ଅଭିଯୋଗ ପରେ ବ୍ଲକ ମଙ୍ଗଳ ଅଧିକାରୀ ଘଟଣାର ତଦନ୍ତ କରି ଏଥିରେ ହଷ୍ଟେଲ ଅଧୀକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ଅବହେଳା ହୋଇଥିବା ରିପୋର୍ଟରେ ଦର୍ଶାଇଥିଲେ । ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ଅଧୀକ୍ଷକ ସୁମିତା ନାୟକଙ୍କୁ ନିଳମ୍ବିତ କରିବା ସହ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ସୁପାରିଶ କରି ବିଭାଗକୁ ଚିଠି ଲେଖିଥିବା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ କୋଚିଲାଗଡ ଅନ୍ୱେଷା ହଷ୍ଟେଲରେ ମଧ୍ୟ ଅବହେଳା ଯୋଗୁଁ ଜଣେ ଛାତ୍ରର ଦୁର୍ଘଟଣା ହୋଇ ମୃତୁ୍ୟ ହୋଇ ଯାଇଛି । ଏହି ଘଟଣାରେ ଅଧୀକ୍ଷକଙ୍କ ଡେପୁଟେସନ ବାତିଲ କରି ପୁଣି ତାଙ୍କ ପୂର୍ବସ୍ଥାନ ଡୁଙ୍ଗି ସ୍କୁଲକୁ ବଦଳି କରାଯାଇଛି । ଗୋଟିଏ ମାସରେ ଦୁଇ ଦୁଇଟି ଘଟଣାରେ ଛାତ୍ର ଛାତ୍ରୀ ମୃତୁ୍ୟ ହେବାକୁ ନେଇ ମଙ୍ଗଳ ବିଭାଗ ହଷ୍ଟେଲ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ।
Related Stories
November 23, 2024