
ପୁରୀ-ପାଥେରପୁରୀ ଛାତ୍ରାବାସ ଉପରେ ଜବରଦଖଲ କରି ସରକାର ଯେଉଁ ବ୍ଲୁ ଫ୍ଲାଗ ବିଚ କୁ ରାସ୍ତା କରିବା ନିମନ୍ତେ ଜମି ଅଧିଗ୍ରହଣ କରିଛନ୍ତି |ଛାତ୍ରାବାସ ର ଭୂମି ନିଜ ଅକ୍ତିଆର କୁ ନେଇ ଯେଉଁଭଳି ଏକଛତ୍ରବାଦ ଶାସନ ଚଳେଇଚନ୍ତି ତାକୁ ବିରୋଧ କରିବାକୁ ଯାଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗରର ଅନେକ ବିଦ୍ୟାର୍ଥୀ କାର୍ଯ୍ୟକର୍ତ୍ତାମାନେ Covid19 ର ସମସ୍ତ ନିୟମକୁ ଅନୁପାଳନ କରି ପାଥେରପୁରୀ ଛାତ୍ରାବାସ ଠାରେ ଏକତ୍ରିତ ହୋଇଥିଲେ |ଏହାପରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସେଠାରୁ ଛାତ୍ରଛାତ୍ରୀମାନେ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ବାହାରି ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲେ। ପୁରୀ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଏହାର ଏକକ ନକଲ ଓଡିଶା ର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ଯ ଗଣଶିକ୍ଷାମନ୍ତ୍ରୀ ଙ୍କୁ ଦିଆଯାଇଛି ।