
ପଟ୍ଟାମୁଣ୍ଡାଇ– ରାଜ୍ୟ ସରକାର କୃଷି ଓ କୃଷକର କଲ୍ୟାଣ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଜଳସେଚନ ଓ ରାସ୍ତାଘାଟ, କେନାଲ ରକ୍ଷଣାବେକ୍ଷଣ, ନଦୀବନ୍ଧର ସୁରକ୍ଷା ଆଦି ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଥିବା ଜଳସଂପଦ ବିଭାଗ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ନୂତନ ପ୍ରଶିକ୍ଷଣପ୍ରାପ୍ତ ଅଧିକାରୀମାନେ କ୍ଷେତ୍ର ଅଭିଜ୍ଞତା ହାସଲ ପାଇଁ ବିଭିନ୍ନ ବିଭାଗ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ପ୍ରଶାସନିକ ସେବାର ପ୍ରଶିକ୍ଷଣ ଅଧିକାରୀ ଅକ୍ଷୟ ଅଗ୍ରୱାଲ ଜଳସଂପଦ ବିଭାଗର କାର୍ଯ୍ୟଧାରା ସଂପର୍କରେ ପ୍ରତ୍ୟେକ୍ଷ ଜ୍ଞାନ ହାସଲ କରିବା ପାଇଁ ଗତକାଲି କେନ୍ଦ୍ରାପଡା ଜଳସଂପଦ ଡିଭିଜନର ପଟ୍ଟାମୁଣ୍ଡାଇ ସବଡିଭିଜନ ଅନ୍ତର୍ଗତ ଚଉଦକୁଲାଟ, ନୀଳକଣ୍ଠପୁର, ଅଳଭା ନିକଟବର୍ତୀ ନରେନ୍ଦ୍ରପୁର ଘାଟ ଆଦି ସ୍ଥାନ ପରିଦର୍ଶନ କରି ନଦୀବନ୍ଧ ସୁରକ୍ଷା, ରାସ୍ତାଘାଟ ନିର୍ମାଣ ଓ ମରାମତି, କେନାଲ ରକ୍ଷଭାବେକ୍ଷଣ, ଚାଷ ଜମିକୁ ପାଣି ଯୋଗାଣ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ କ୍ଷେତ୍ର ଅଭିଜ୍ଞତା ହାସଲ କରିଥିଲେ ।
ଶ୍ରୀ ଅଗ୍ରୱାଲଙ୍କ ସହିତ କେନ୍ଦ୍ରାପଡା ଜଳସଂପଦ ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତ, ପଟ୍ଟାମୁଣ୍ଡାଇ ସହନିର୍ବାହୀଯନ୍ତ୍ରୀ ଶକ୍ତି ପ୍ରସାଦ ଦାସ, ସହସହାକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ନବକିଶୋର ମହାପାତ୍ର ପ୍ରମୁଖ ଜଳସଂପଦ ବିଭାଗ ଅଧିକାରୀମାନେ ସାମିଲ୍ ହୋଇ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO