
ମାଲକାନଗିରି-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ର ଦୋରଗୁଡ଼ା , ନୂଆଗୁଡ଼ା, ଗୁଣ୍ଠାୱାର୍ଡl, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲକ୍ୟାମ୍ପ ୭ ଟି ପଞ୍ଚାୟତ ର ୫ 00 ରୁ ଉର୍ଦ୍ଧ ଆଦିବାସୀ ଜନସାଧାରଣ ଦୋରାଗୁଡ଼ା ପଞ୍ଚାୟତ ଆରଏସସି ୬ ନମ୍ବର ଗ୍ରାମ ଠାରେ ଏକତ୍ରିତ ହୋଇ ଉପାନ୍ତ ଅଞ୍ଚଳର ସମସ୍ୟା ଓ ଅବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ସାତ ଗୋଟି ଦାବୀ ମାଲକାନଗିରି ଉପ ଜିଲାପାଳ ଙ୍କ ଉଦେଶ୍ୟରେ ବିଡ଼ିଓ ଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିଲେ !, ପରେ ଉକ୍ତ ପଞ୍ଚାୟତର ବହୁ ବୁଦ୍ଧିଜୀବୀ, ବରିଷ୍ଠ ତଥା ଅଭିଜ୍ଞତା ସମ୍ପର୍ଣ୍ଣ ବ୍ୟକ୍ତିମାନେ ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲ ଙ୍କୁ ଭେଟି ଉପାନ୍ତ ଅଞ୍ଚଳର ସମସ୍ୟା ଜଣାଇବା ସହ ଦାବି ପତ୍ର ପ୍ରଦାନ କରିଥିଲେ,! ସାତ ଗୋଟି ଦାବି ଗୁଡିକ ମଧ୍ୟରେ -ସାତ ଗୋଟି ପଞ୍ଚାୟତ କୁ ନେଟୱlର୍କ ସେବା ଯୋଗାଇଦେବା, ପ୍ରତି ପଞ୍ଚାୟତ ଗୁଡିକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ପ୍ରତି ପଞ୍ଚାୟତ ରେ ଉଚ୍ଚ ଶିକ୍ଷା ପାଇଁ ମହାବିଦ୍ୟାଳୟ ସ୍ଥାପନ, ପ୍ରତି ପଞ୍ଚାୟତ ଉପାନ୍ତ ଅଞ୍ଚଳ କୁ ଭଲ ରାସ୍ତା ସଂଯୋଗ, ପ୍ରତି ପଞ୍ଚାୟତ ଗ୍ରାମକୁ ଚାଷ ଓ ପାନୀୟ ଜଳ ପାଇଁ ବୋରୱଲ ଏବଂ ଜଳ ସେଚନ ଓ ଉଠା ଜଳ ସେଚନ ବ୍ୟବସ୍ଥା କରାଯାଉ, ପ୍ରତି ପଞ୍ଚାୟତ ଅଧିବାସୀ ଙ୍କୁ ବିପୁଳ ଏମଜିଏନଆରଇଜିଏ କାମ ଯୋଗାଇ ଦିଆ ଯାଉ. ବହୁ ଗରିବ ସୀମା ରେଖା ତଳେ ଥିବା ଲୋକଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଉ ଆଦି ରହିଛି !ଉକ୍ତ ଉପାନ୍ତ ସାତ ଗୋଟି ପଞ୍ଚାୟତ ର ସାତ ଦଫା ସମ୍ବଳିତ ଦାବି ପତ୍ର ଉପ ଜିଲା ପାଳ ତଥା ଜିଲା ପ୍ରଶାସନ ଅଧିକାରୀ ଙ୍କୁ ଜଣାଇବା ସହିତ ଉକ୍ତ ଅଞ୍ଚଳ ର ବିକାଶ ଦିଗକୁ ଆଗେଇ ନେବାରେ ସମସ୍ତ ସହଯୋଗ କରିବାକୁ ବିଡ଼ିଓ ପ୍ରକାଶ କରିଥିଲେ. ! ଲଛମନ ଆଲାଙ୍ଗ, ଖିଲ, ସାଧୁ କ୍ରିସାନି, ଗୋବର୍ଧନ ଖରା, ଲଷ୍ମଣ ଖିଲ, ଶୁଭନ୍ତ ଭତ୍ରା, ଅର୍ଜୁନ ମୁଦୁଲି, ଗୁରୁ ପୂଜାରୀ, ଉଦୟନାଥ ଲୋକେଇ ପ୍ରମୁଖ ଦାବୀ ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO