
ମାଲକାନଗିରି-ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପୁସୁଗୁଡା ଛକ ନିକଟରେ ଏକ ବାଇକ ଓ ବୋଲେରୋ ମୁହାଁ ମୁହିଁ ଧକ୍କା । ଘଟଣା ସ୍ଥଳରେ ବାଇକ ଅରୋହି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନିର୍ଦେଶ କ୍ରମେ ଏକ ପୋଲିସ ଟିମ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଚିକତ୍ସା ନିମନ୍ତେ ଏକ ଗାଡି ଯୋଗେ ଏ ମ ଭି ୭ ୯ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ।ଆହତ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକତ୍ସା କରିବା ପରେ ଉଚ୍ଚ ଚିକତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଜିଲ୍ଳା ମୁଖ୍ୟ ଚିକିତ୍ସା ଳୟ କୁ ପଠାଇ ଦେଇଛନ୍ତି ।ବର୍ତ୍ତମାନ ମାଲକାନଗିରି ମେଡିକାଲ ରେ ସେମାନଙ୍କର ଚିକତ୍ସା ଚାଲିଛି ।
ସୂଚନା ଅନୁଯାୟୀ , ଏକ ବୋଲେରୋ ଗାଡି ଆଜି ଅପରାହ୍ନ ପ୍ରାୟ୩ ଟା ବେଳେ କାଲିମେଳା ରୁ ମୋଟୁ ଜାତୀୟ ରାଜପଥ ରେ ମୋଟୁ ପଟରୁ କାଲିମେଳା ଅଭିମୁଖେ ଦ୍ରୁତ ଗତିରେ ଆସୁଥିଲା ।ସେହି ସମୟରେ ପୁସୁଗୁଡ଼ା ରାସ୍ତାରୁ ଏକ ବାଇକ ରେ ଦୁଇଜଣ ବ୍ୟକ୍ତି ମୁଖ୍ୟ ରାସ୍ତା କୁ ଆସୁଥିବା ସମୟରେ ବୋଲେରୋ ବାଇକ ମଧ୍ୟରେ ଧକା ହୋଇଥିଲା ।ବୋଲେରୋ ଟି ଭାରସାମ୍ୟ ହରାଇ ଏକ ଖାଲ ଜମିରେ ପଡ଼ିରହିଛି ।ଘଟଣା ସ୍ଥଳରୁ ବୋଲେରୋ ଚାଳକ ଫେରାର ଯାଇଥିବା ଜଣା ପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଥିବା ଦୁଇଜଣଙ୍କ ନାମ ଦେଶା ମାଡ କାମି ଓ ରାବା ମୁକେଶ । ମୋଟୁ ପୋଲିସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଟି ଗାଡି କୁ ଜବତ କରି ଘଟଣାର ତଦନ୍ତଚଳାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO