
ହରିଚନ୍ଦନପୁର– କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ମିନିଟ୍ରକ, ଚାଳକ ସୁରକ୍ଷିତ ଥିବା ଜଣାପଡିଛି । ଖବର ଅନୁଯାୟୀ ଉକ୍ତ ମିନିଟ୍ରକଟି ଲୁହା ଛଡ଼ ବୋଝେଇ କରି କେନ୍ଦୁଝର ଠାରୁ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଯାଇଥିବା ଦେଖିବାକୁ ମିଳିଛି । ଘଟଣା ଘଟିବାର ଦେଖି ସ୍ଥାନୀୟ ଲୋକେ ହରିଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ନିଜ ଅକ୍ତିଆରକୁ ନେବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।