
ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଲକ ଭାଲୁଖାଇଠାରେ ମହାତ୍ମା ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ଗାନ୍ଧୀ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ ଓ ସାଧାରଣ ସଭା ଅନୁÂିତ ହୋଇଯାଇଛି । ବିଶିÂ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅତିଥିଭାବେ ଯୋଗ ଦେଇ ଏହି ପ୍ରତିମୂର୍ତିକୁ ଉନ୍ମୋଚନ କରିଥିଲେ ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଧର୍ମଶାଳାରୁ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା,ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀ ବିଜୟ କୁମାର ଶତପଥୀ,ଧର୍ମଶାଳା ବ୍ଲକର ପୂର୍ବତନ ଅଧ୍ୟକ୍ଷ କିଶାନ ପଣ୍ଡା,ଜିଲା ଲେଖକ ସମ୍ମେଳନ ସଭାପତି ରୁଦ୍ରନାରାୟଣ ପୃଷ୍ଟି,କାହ୍ନ ଚରଣ ଦାଶଙ୍କ ସମତେ ସ୍ଥାନୀୟ ଅଂଚଳର ବହୁ ବିଶିÂ ବ୍ୟକ୍ତି ଯୋଗ ଦେଇଥିଲେ । ଏଥି ସହିତ ଅନୁÂାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।