କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ବ୍ଲକ ବଗଡା ପଂଚାୟତଠାରେ ସାମାଜିକ ସଂଗଠନ ଆହ୍ୱାନ ପକ୍ଷରୁ ଭାରତୀୟ ଅର୍ଥନୀତି ଗତି ଓ ସ୍ଥିତି ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଆଇନ୍ଜିବୀ ବିକାଶ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବାବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସହ ସଂପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର ମୁଖ୍ୟବକ୍ତାଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କର ଭୁଲ୍ ଅର୍ଥନୀତି ପ୍ରୟୋଗ ଗ୍ରାମ୍ୟ ଅର୍ଥନୀତିକୁ ଦୁର୍ବଳ କରିବା ସହ ଦେଶରେ ସୃଷ୍ଟି ହୋଇଥିବା ଶ୍ରମିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅର୍ଥନୈତିକ ମିଳିତ ମଂଚର ରାଜ୍ୟ ଆବାହକ ଜୟନ୍ତ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରର ଭୁଲ୍ ଅର୍ଥନୀତିକୁ ରାଜ୍ୟ ସରକାର କିପରି ସମର୍ଥନ କରୁଛନ୍ତି ତାହା ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ଥିବା ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥା ଦ୍ୱାରା ଜନସାଧାରଣଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ୍ କରାଯାଇ ଗ୍ରାମ୍ୟ ଅର୍ଥନୀତିକୁ ଧ୍ୱଂସମୁଖକୁ ଠେଲି ଦେଇଛି ସେ ସମ୍ବନ୍ଧରେ ଆଲୋଚନା କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି କରିଥିଲେ । ଏହାସହ କଳକାରଖାନା, ବିଭିନ୍ନ ସଂସ୍ଥାରୁ କର୍ମଚାରୀମାନଙ୍କୁ ଛଟେଇ କରିବା ଦ୍ୱାରା ଏହାର ପ୍ରଭାବ ଅର୍ଥନୀତି ଉପରେ ଗୁରୁତର ଭାବେ ପ୍ରଭାବ ପକାଇଛି ସେ ସମ୍ବନ୍ଧରେ ବିଭିନ୍ନ ଉଦାହରଣ ଦେଇ ପ୍ରକାଶ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ ଭୁଲ୍ ଅର୍ଥନୀତିର ପ୍ରୟୋଗ ଓ ରାଜ୍ୟ ସରକାରଙ୍କ ଏହାର ସହଯୋଗକୁ ସଭାରେ ସମାଲୋଚନା କରାଯାଇଥିଲା । ଏ ଅବସରରେ ଅଧ୍ୟାପକ ଅଜୟ କୁମାର ସାମଲ, ପାଲାଗାୟକ ଗୋପବନ୍ଧୁ ନାଥ, ମେଜର ଭରତ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁ, ସମାଜସେବୀ ଧିରେନ୍ଦ୍ର କୁମାର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Related Stories
April 26, 2024