
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଆମର ପ୍ରିୟ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିବସକୁ ଭାରତୀୟ ଜନତା ପାର୍ଟି ସେବା ସପ୍ତାହ ଭାବେ ପାଳନ କରୁଛି |ସେହି ପରିପ୍ରେକ୍ଷୀରେ ଭାରତୀୟ ଜନତା ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜ୍ୟୋତି ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ୨୩ ନମ୍ବର ୱାର୍ଡ କାଲି ଉପର ବସ୍ତିରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମରେ ଚୌଧୁରୀ ମନସ୍ବିନୀ ଦାଶ, ଲଷ୍ମୀପ୍ରିୟା ସ୍ୱାଇଁ, ସବିତା ପୃଷ୍ଟି, ଜୟନ୍ତୀ ପଟ୍ଟନାୟକ, ପୂର୍ଣ୍ଣିମା ସାହୁ, ବାସନ୍ତୀ ବେହେରା, ଆରତୀ ମିଶ୍ର, ଝରଣା ସାହୁ, କୁମାରୀ ସାହୁ, ମମତା ଦାଶ, ନେତ୍ରୀନନ୍ଦ ବିଶୋଇ, ରଘୁନାଥ ଗୋଛାୟତ, ରଜନୀ ମହାପାତ୍ର, ଶମ୍ଭୁନାଥ ସାହୁ, କୁଲୁ ବେହେରା, ରାଜେସ କୁମାର ସାହୁ, ପ୍ରଦୀପ କୁମାର ବାରିକ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO