-
ଛ ମାସର ଫିସ୍ ଓ ୫୦% ଆଡମିସନ୍ ଫିସ୍ ଛାଡ କଲେ କର୍ତ୍ତୃପକ୍ଷ

ଶିବରାମ ଚୌଧୁରୀ, ବେଲଗୁଣ୍ଠା-୧୫/୯-ସମଗ୍ର ବିଶ୍ୱ ସମାଜ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି ।କରୋନା ବିଗାଡି ଦେଇଛି ବିଭିନ୍ନ ବର୍ଗର ଜନସାଧାରଣଙ୍କ ଜୀବନ ଜିବିକାକୁ ।ବହୁ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି ।ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ମଧ୍ୟ କରୋନା ସଂକ୍ରମଣ କାରଣରୁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଦ ରହିଛି ।ବିଦ୍ୟାଳୟ ଗୁଡିକରେ ଅନଲାଇନ ପାଠପଢା ଚାଲୁରହିଛି ।କିନ୍ତୁ ସ୍କୁଲ ଫି ଓ।ପ୍ରବେଶିକା ଫିସ୍ କୁ ନେଇ ଦ୍ୱନ୍ଦ ରେ ପଡିଛନ୍ତି ଅଭିବାବକ ମାନେ ।ଗୋଟିଏ ପଟେ କରୋନା ପାଇଁ କିଛି ଅଭିବାବକଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା ମଧ୍ୟ ଦେଖିବାପାଇଁ ମିଳିଛି ।ଏହି ଅବସରରେ ବେଲଗୁଣ୍ଠା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରଛାତ୍ରୀ ମାନଙ୍କର ଏହି ବର୍ଷର ପ୍ରବେଶିକା ଫିସ୍ ର ୫୦ ପ୍ରତିଶତ ଓ ୬ ମାସର ସ୍କୁଲ ଫିସ୍ ସମ୍ପୂର୍ଣ୍ଣ ଛାଡ କରି ନିଜ ମହାନତା ଦେଖାଇବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ।ବିଦ୍ୟାଳୟର ସଭାପତି ତଥା ବେଲଗୁଣ୍ଠାର ବିଶିଷ୍ଟ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ଓ ଅନୁଷ୍ଠାନର ସମ୍ପାଦକ ଅଭିନାଶ ଚୌଧୁରୀ ଅନ୍ୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଅଭିବାବକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନାମଲେଖା ଫିସ୍ ର ୫୦ ପ୍ରତିଶତ ଓ ୬ ମାସର ସ୍କୁଲ ଫିସ୍ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।ଏ ନିଷ୍ପତ୍ତିରେ ବିଦ୍ୟାଳୟର ଅଭିବାବକ ସନ୍ତୋଷ କୁମାର ସାହୁ, ଅନନ୍ତ କୁମାର ସାହୁ ଏହା ଏକ ମହାନ କାର୍ଯ୍ୟ ବୋଲି ଅଭିହିତ କରିବା ସହ ସମସ୍ତ ଅଭିବାବକଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO