
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୫/୦୯/୨୦୨୦,ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ସାତସାହିର ବିଭିନ୍ନ ପୂଜାକମିଟୀର ମୁରବୀମାନେ ଏକ ବୈଠକରେ ଏକତ୍ରିତ ହୋଇ ଚଳିତ ବର୍ଷ ଶାରଦୀୟ ପୂଜାପାଇଁ ଜିଲ୍ଲାପ୍ରଶାସନ ତରଫରୁ ଜାରି କରାଯାଇଥିବା ଗାଇଡଲାଇନ ସଂପର୍କେ ଆଲୋଚନା କରିଥିଲେ |ଶ୍ରୀକ୍ଷେତ୍ର ବାସୀ କୋଭିଡ -୧୯ ପାଇଁ ଜିଲ୍ଲାପ୍ରଶାସନର ସମସ୍ତ କଟକଣା ଶୃଙ୍ଖଳାର ସହ ପାଳନ କରିଛନ୍ତି |ପୂଜାପାଇଁ ହୋଇଥିବା ସମସ୍ତ ଗାଇଡଲାଇନ ମାନିବାକୁ ପ୍ରସ୍ତୁତ ଥିବାବେଳେ ମୂର୍ତ୍ତି ନିର୍ମାଣ ପାଇଁ ପାଇଁ ଥିବା ନିୟମ ମାନିବା ଅସମ୍ଭବ ବୋଲି ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ |କାରଣ ପ୍ରଶାସନ ଗାଇଡଲାଇନ ତା ୧୧/୦୯/୨୦୨୦ ରିଖରେ ପ୍ରକାଶ କଲେ କିନ୍ତୁ ତା ପୂର୍ବରୁ ଶ୍ରୀମନ୍ଦିରରେ ମା ବିମଳାଙ୍କ ଶୋଳପୂଜା ତା ୧୦/୦୯/୨୦୨୦ ରିଖରୁ ଆରମ୍ଭ ହେବା ସହ ପରମ୍ପରା ଅନୁସାରେ କେବଳ ମୂର୍ତ୍ତି ସେହିଦିନ ଠାରୁ ନିର୍ମାଣ ହୋଇ ପୂଜା ଆରମ୍ଭ ହେଲାଣି |ଅନ୍ୟାନ୍ୟ ମୂର୍ତ୍ତୀ ଉଚ୍ଚତା ଅନୁସାରେ କିଳା ତା ୨୪/୦୮/୨୦୨୦ ରିଖ ଷଠିଓଷା ଠାରୁ ପ୍ରସ୍ତୁତ ସାରିଲାଣି ବୋଲି ସଦସ୍ୟ ମାନେ ମତ ଦେଲେ |ସଦସ୍ୟ ମାନେ ପ୍ରକାଶ କଲେ ଶ୍ରୀକ୍ଷେତ୍ରରେ ସମସ୍ତ ପରମ୍ପରା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଥା ଅନୁସାରେ ହୋଇଥାଏ |ଶାସ୍ତ୍ର ମତ ଅନୁସାରେ ପୂର୍ବ ପ୍ରଥା ଅନୁସାରେ ପୂଜାକମିଟି କାର୍ଯ୍ୟକରେ |ତେଣୁ ମୂର୍ତ୍ତି ପୂର୍ବଭଳି ଯେଉଁ ଉଚ୍ଚତାରେ ନିର୍ମାଣ ହୋଇଥିଲେ ସେହି ଉଚ୍ଚତାରେ ନିର୍ମାଣ କରାଯିବାକୁ ସ୍ଥିର କରାଯାଉ |ଏଥିପାଇଁ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିବାକୁ ନିଷ୍ପତ୍ତି ନିଆଯାଇଛି |ଶ୍ରୀକ୍ଷେତ୍ର ସାତସାହି ପୂଜା କମିଟିର ନରେନ୍ଦ୍ର ମହାନ୍ତି, ଦୀନବନ୍ଧୁ ତ୍ରିପାଠୀ, ନୀଳକଣ୍ଠ ସାହୁ, ଅନିରୁଦ୍ଧ ରାଉତ, ମଦନ ମୋହନ ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ପ୍ରତିହାରୀ, ମୋହନ ମହାପାତ୍ର, ପିତାମ୍ବର ବାରିକ, ରାଜେଶ କୁମାର ପୂଜାପଣ୍ଡା, ଜୟଦେବ ନାୟକ, ରବିନାରାୟଣ ମହାପାତ୍ର, ରବିନାରାୟଣ ବେହେରା, ଜୀତେଶ କୁମାର ସାହୁ, ଦିଲ୍ଲୀପ କୁମାର ମହାନ୍ତି, ଅଭିଜିତ ପଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ |