-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୫୧୭ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୭୨୭୧ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୦୪୯, ବାଲେଶ୍ୱର ଜିଲ୍ଲାରେ ୫୪୬୦, ବରଗଡ ଜିଲ୍ଲାରେ ୪୫୭୫, ଭଦ୍ରକ ଜିଲ୍ଲାରେ ୪୦୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୧୦୫ . ବୌଦ୍ଧ ଜିଲ୍ଲାରେ ୧୧୪୨, କଟକ ଜିଲ୍ଲାରେ ୧୩,୭୩୯, ଦେବଗଡ ଜିଲ୍ଲାରେ ୪୨୨ ଢେଙ୍କାନାଳ ଜିଲ୍ଲାରେ ୨୬୮୭. ଗଜପତି ଜିଲ୍ଲାରେ ୩୧୭୫, ଗଂଜାମ ଜିଲ୍ଲାରେ ୧୯୩୦୧, ଜଗତସିଂହପୁର ଜିଲ୍ଲାରେ ୩୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୬୦୦୬ , ଝାରସୁଗୁଡା ଜିଲ୍ଲାରେ ୨୬୯୪, କଳାହାଣ୍ଡି ଜିଲ୍ଲାରେ ୨୧୪୯, କନ୍ଧମାଳ ୩୦୧୭, କେନ୍ଦ୍ରାପଡା ଜିଲ୍ଲାରେ ୩୩୦୯, କେନ୍ଦୁଝର ଜିଲ୍ଲାରେ ୨୯୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୪୯୫୩ , ମାଲକାନଗିରି ଜିଲ୍ଲାରେ ୨୮୪୩, ମୟୁରଭଂଜ ଜିଲ୍ଲାରେ ୫୮୮୮. ନବରଙ୍ଗପୁର ଜିଲ୍ଲାରେ ୨୩୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୮୭୮, ନୂଆପଡା ଜିଲ୍ଲାରେ ୧୭୦୧ , ପୁରୀ ଜିଲ୍ଲାରେ ୬୮୪୩, ରାୟଗଡା ଜିଲ୍ଲାରେ ୬୩୦୧. ସମ୍ବଲପୁର ଜିଲ୍ଲାରେ ୪୨୪୪ . ସୁବର୍ଣପୁର ଜିଲ୍ଲାରେ ୧୯୧୬ ଓ ସୁନ୍ଦରଗଡ ଜିଲ୍ଲାରେ ୫୮୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।