
ସମ୍ବଲପୁର – ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳିତ ହୋଇଯାଅଇଅଛି । ଏହି ଅବସରରେ ବହୁତ ସଂଖ୍ୟାରେ ରେଳ ଅଧିକାରୀ, କର୍ମଚାରୀ, ସ୍କାଉଟ୍ ଓ ଗାଇଡ଼୍, ବିଭିନ୍ନ ଏନଜିଓ ଓ ପିଲାମାନଙ୍କୁ ନେଇ ଏକ ପ୍ରଭାତ ଫେରୀକୁ ମଣ୍ଡଳକ ରେଳ ପ୍ରବନ୍ଧକ, ଡକ୍ଟର ଜୟଦୀପ ଗୁପ୍ତା ସୁବଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲି ରେଳବାଇ ଷ୍ଟାଡିୟମରୁ ବାହାରି ସମ୍ବଲପୁର ଷ୍ଟେସନରେ ସମାପ୍ତ ହୋଇଥିଲା । ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଓ ସ୍ୱଚ୍ଛତା ପାକ୍ଷିକ ବିଷୟରେ ଏହି ରାଲିରେ ବିଭିନ୍ନ ପୋଷ୍ଟର, ବ୍ୟାନର, ପ୍ଲା କାର୍ଡ଼ ଓ ସଚେତନ ମୂଳକ ସ୍ଳୋଗାନ ମାଧ୍ୟମରେ ଜନ ସାଧାରରଙ୍କୁ ସଚେତନ କରାଯାଇଥିଲା । ପରେ ମଣ୍ଡଳ ରେଳ ପ୍ରବନ୍ଧକ, ଡ. ଗୁପ୍ତା ଉପସ୍ଥିତ ରେଳ ଅଧିକାରୀ, କର୍ମଚାରୀ, ସ୍କାଉଟ୍ ଓ ଗାଇଡ଼ ଏନଜିଓକୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନେତୃତ୍ୱରେ ଡିଆରଏମ କାର୍ଯ୍ୟାଳୟର ବାଉଣ୍ଡାରୀ କାନ୍ଥରେ ରଂଗ ମରାଯାଇ ଶ୍ରମଦାନ କରାଯାଇଥିଲା । ସମ୍ବଲପୁର ଷ୍ଟେସନର ସର୍କୁଲେଟିଂ ଏରିଆ କର୍ମଚାରୀ, ଅଧିକାରୀ, ସ୍ୱେଚ୍ଛାସେବୀ, ସ୍କାଉଟ୍ ଓ ଗାଇଡ଼୍ ସଫା ସୁତୁରା କରିଥିଲେ ।
ସମ୍ବଲପୁର ଷ୍ଟେସନରେ କପଡ଼ା ବ୍ୟାଭଗ ବିତରଣ କରାଯାଇଥିଲା ଏବଂ ସିଂଗଲ ୟୁଜ୍ ପ୍ଲାଷ୍ଟିକ ନିଷେଧ ଓ ଟ୍ରେନ ଏବଂ ଷ୍ଟେସନକୁ ସଫା ସୁତୁରା ରଖିବା ପାଇଁ ଯାତ୍ରୀ ମାନଙ୍କ ଠାରୁ ଫିଡ଼ବେକ୍ ନିଆଯାଇଥିଲା । ଯାତ୍ରୀ ମାନଙ୍କୁ ସ୍ୱଚ୍ଛତା ଓ ସଚେତନତା ଉପରେ ପ୍ରୋତ୍ସାହନ ଦେଇ ସମ୍ବଲପୁର ଷ୍ଟେସନରେ ସ୍କାଉଟ୍ ଓ ଗାଇଡ଼ଙ୍କ ଦ୍ୱାରା ପଥପ୍ରାପ୍ତ ନାଟକ ପରିବେଷିତ ହୋଇଥିଲା । ରେଳ ଅଧିକାରୀ କ୍ଲବଠାରେ ପିଲାମାନଙ୍କ ମଧ୍ୟରେ ଡ୍ରଇଂ ପ୍ରତିଯୋଗିତା ଆୟୋଜନ କରାଯାଇଅଛି । ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ସ୍ୱଚ୍ଛତା ପାକ୍ଷିକ ଅବରସରେ କରାଯାଇଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକର ଏକ ପ୍ରେଜେଂଟେସନ ପ୍ରସ୍ତୃତ କରାଯାଇଥିଲା । ମଣ୍ଡଳ ରେଳ ପ୍ରବନ୍ଧକ ଡକ୍ଟର ଜୟଦୀପ ଗୁପ୍ତା ନିଜ ଭାଷଣରେ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତ।।ର ମହତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ । ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ସ୍ୱଚ୍ଛତା ପାକ୍ଷିକ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଯେଗାଦାନ ଦ୍ୱାରା ସଫଳ ପାଇଁ ପ୍ରଶଂସା କରିଥିଲେ । ସମ୍ବଲପୁର ରେଳ ମଣ୍ଡଳରେ ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଉତ୍ସାହ ଓ ଆଗ୍ରହର ସହିତ ପାଳନ କରାଯାଇଅଛି ।