
ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ରାସ୍ତା ବ୍ୟବହାରକାରୀଙ୍କ ସୁବିଧାପାଇଁ ରେଳଧାରଣା ତଳେ ରୋଡ଼ ଅଣ୍ଡର ବ୍ରିଜ (ଉପମାର୍ଗ)କୁ ଇତିମଧ୍ୟରେ କାର୍ଯ୍ୟକ୍ଷମ କରାଯିବା ସହିତ ଏଠାରେ ଥିବା ମାନବ ରହିତ ଲେବଲ କ୍ରସିଂ କୁ ରେଳବାଇ ପକ୍ଷରୁ ବନ୍ଦ କରାଯାଇଛି । ଏହି ଲେବଲ କ୍ରସିଂ ଟି ଅନୁଗୁଳ ଜିଲ୍ଲାର ପରିପଡା ଓ କେରଜଙ୍ଗ ପଂଚାୟତ ରାସ୍ତାକୁ ସଂଯୋଗ କରୁଥିଲା । ଉଭୟ ରେଳ ଓ ରାସ୍ତା ବ୍ୟବହାରକାରୀଙ୍କ ସୁବିଧା ସହିତ ସଂରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଠାରେ ଉପମାର୍ଗ ନିର୍ମାଣ କରାଯାଇଛି ।
ଲେବଲ କ୍ରସିଂ ମାନଙ୍କଠାରେ ଉଭୟ ରେଳ ଓ ସଡକ ଯାନବାହାନ ଚଳାଚଳର ପ୍ରତି ଟ୍ରେନ ପିଛା ଯାନବାହନର ଅନୁପାତ ଅନୁଯାୟୀ କିମ୍ବା ଗହଳି ହେଉଥିବା ଲେବଲ କ୍ରସିଂ ଯଦି ନିୟମ ମୁତାବିକ ଠାରୁ ବାରମ୍ବାର ବନ୍ଦ ହେଉଥିବା ସ୍ଥାନମାନଙ୍କରେ ଉଭୟ ରେଳବାଇ ଓ ସଡ଼କପଥ ମିଶି ରୋଡ଼ ଓଭର ବ୍ରିଜ କିମ୍ବା ରୋଡ଼ ଅଣ୍ଡର ବ୍ରିଜ (ଉପମାର୍ଗ) ନିର୍ମାଣ କରାଯାଇଥାଏ । ଏଥିପାଇଁ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ କିଲୋମିଟର ୧୪୦ ର ୭ ଓ ୮ ମାଇଲ ଖୁଂଟ ମଧ୍ୟରେ ଥିବା ମାନବ ରହିତ ଲେବଲ କ୍ରସିଂ ଏସଟି – ୯୨କୁ ବନ୍ଦ କରାଯାଇଛି ଏବଂ ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିଛି ।