
ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ଲୋକ କଳା ନିର୍ଦ୍ଦେଶକ ମାନଙ୍କ ସଂଗଠନ “ମା’ କୁରେଈଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘ” ର ଏକ ସାଙ୍ଗଠନିକ ବୈଠକ ବ୍ରହ୍ମପୁର ମହାନଗର ଉପକଣ୍ଠ ସ୍ଥିତ ଗୋଳନ୍ଥରା ବିଶ୍ଵକର୍ମା ମନ୍ଦିର ପରିସରରେ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି । ଏହି ଅବସରରେ ସଂଘ ଉପଦେଷ୍ଟା ନାଟ୍ୟଗୌରବ ଡ଼ା ତିରୁପତି ସାହୁ ମୁଖ୍ୟ ଅତିଥି ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସମ୍ପାଦକ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭିଏଁ ଏକ ପ୍ରାଣ ଓ ଏକ ମନ ନେଇ ସଂଘ ଶକ୍ତିକୁ ପରିପୁଷ୍ଟ କରିବା ନିମନ୍ତେ ଉଦବୋଧନ ଦେଇଥିଲେ । ସାମ୍ପ୍ରତିକ କରୋନା ମହାମାରୀର ପ୍ରକୋପ କାଳରେ ସରକାର କଳାକାର ସମାଜର ରକ୍ଷା କବଚ ସାଜି ଯଥାର୍ଥ ସହାୟତା ଯୋଗାଇଦେବା ନିମନ୍ତେ ଦୃଢ଼ ଦାବି ଉପସ୍ଥାପିତ ହୋଇଥିଲା । ପୁନଶ୍ଚ ସମଗ୍ର କଳାକାର ସମାଜର ଐକ୍ୟ କ୍ଷେତ୍ରରେ ସଂଘ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ର ସହାୟତା କରିବ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିର ନିଷ୍ପତ୍ତି ଗୃହୀତ ହୋଇଥିଲା । ସମ୍ପାଦକ ପ୍ରତାପ ପ୍ରଧାନଙ୍କ ସ୍ଵାଗତ ଭାଷଣ ପରେ ରାଜ୍ୟର ଦିବଂଗତ କଳାକାର ମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସର୍ବ ପ୍ରଥମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ସର୍ବଶ୍ରୀ ବୁଲୁ ସାହୁ, ପିଣ୍ଟୁ ମହାପାତ୍ର, ସଞ୍ଜୟ କୁମାର ବିଷୋୟୀ, ଏସ. ନରସିଂହ, ଶଙ୍କର୍ଷଣ ବେହେରା, ଭଗବାନ ସାହୁ, ବିନୟ ପ୍ରଧାନ, ଈଶ୍ୱର ଚନ୍ଦ୍ର ପଣ୍ଡିତ, ଡି. ରାମେୟା, ରଞ୍ଜନ ବିଶୋୟୀ, ପ୍ରଦୀପ ବେହେରା, ବନଜ କୁମାର ସାହୁ, ରଜତ କୁମାର ନାହାକ, ଏମ୍. ମୋହନ, ସିମଞ୍ଚଳ ଦାସ, ବିଜୁଳି ଦାସ ପ୍ରମୁଖ ନାଟ୍ୟ ଗୁରୁ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସଙ୍ଗୀତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO