
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଶ୍ରୀକ୍ଷେତ୍ରରେ ଅନନ୍ୟ ଶ୍ଲୀଳ୍ପକାର ଶ୍ରୀକୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କର ଦେହାବସାନର ଦଶ ଦିବସରେ ସ୍ଥାନୀୟ ଜହ୍ନିମୁଣ୍ଡିଆ ଚକ ମଣ୍ଡପରେ ଏକ ସଂକ୍ଷିପ୍ତ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା |ଉକ୍ତ ସ୍ମୃତିଚାରଣ ସଭା ୧୯୭୨ ର ବନ୍ଧୁବର୍ଗ, ପରିବାର ସଦସ୍ୟ ଏବଂ ସ୍ନେହୀଜନଙ୍କ ଦ୍ୱାରା କରୋନା ଗାଇଡଲାଇନ କୁ ଅନୁସରଣ କ୍ରମେ ସମ୍ପାଦିତ ହୋଇଥିଲା |ଉକ୍ତ ସଭାରେ ବିଭିନ୍ନ ବ୍ୟକ୍ତି ବିଶେଷ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ |କୃଷ୍ଣଚନ୍ଦ୍ରଙ୍କ ର ପ୍ରତିଭା ବାଲ୍ୟକାଳରୁ ହିଁ ପ୍ରସ୍ପୁଟିତ ହୋଇଥିଲା |୬ ବର୍ଷ ବୟସରୁ ସେ ରୂପକାର ରୂପେ ନନ୍ଦିଘୋଷ ରଥରେ ନିଜକୁ ସମର୍ପିତ କରିଥିଲେ |ବିଶ୍ୱମ୍ବର ବିଦ୍ୟାପୀଠର ଛାତ୍ର ରୂପେ ୧୯୭୨ରେ ମାଟ୍ରିକ ପାସ କରି ଭାରତୀୟ ପୁରାତତ୍ତ୍ୱ ବିଦ୍ୟାକୁ ନିଜର ପାଠ୍ୟକ୍ରମ ରୂପେ ଆପଣେଇ ପୁନା ବିଶ୍ୱବିଦ୍ୟାଳୟ କୁ ଯାଇଥିଲେ |ସେ କେବଳ ଶ୍ଲୀଳ୍ପକାର ହିଁ ନ ଥିଲେ ବରଂ ଏକା ଧାରାରେ ଭାରତୀୟ ଧର୍ମ, ଦର୍ଶନ, ସଂସ୍କୃତ, ସଂସ୍କୃତି, ସଙ୍ଗୀତ ଆଦିରେ ମଧ୍ୟ ତାଙ୍କର ପ୍ରବେଶ ଥିଲା |ସାରାଜୀବନ ଅବିବାହିତ ରହି ନିଜକୁ ସଂସ୍କୃତିର ସଂବାହକ ରୂପେ ନିସ୍ଵାର୍ଥପର ସମୟ ଅତିବାହିତ କରିଥିଲେ |
ଏ ପ୍ରକାର ଏକ ନିରାଡ଼ମ୍ବର, ଅନ୍ତମୁଖି, କଳାର ପୂଜାରୀକୁ ସମାଜ ଏବଂ ସରକାରଙ୍କ ଠାରୁ ଉଚିତ ସଂମ୍ମାନ ନ ମିଳିପାରିବା କଳା ଓ ସାହିତ୍ୟ ଜଗତ ପ୍ରତି ଵିତସ୍ପୁହତା ର ଏକ ନିଦର୍ଶନ |
ଉକ୍ତ ସଭାରେ ସର୍ବଶ୍ରୀ ନାଗେଶ୍ୱର ପଟ୍ଟନାୟକ, ଦେବୀ ପ୍ରସନ୍ନ ନନ୍ଦ, ଡ଼ଃ ବିଜୟ ରାମାନୁଜ, ସନ୍ତୋଷ ସାହୁ, ପୂର୍ଣ୍ଣ ମହାପାତ୍ର, ଗୋବିନ୍ଦ ଦାସ ଘୋଷ,ପୂର୍ଣ୍ଣ ଚନ୍ଦ୍ର ଦାସ, ଘନଶ୍ୟାମ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର(ରୂପକାର )ଓ ଉମେଶ ଦାସ, ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, ଶମ୍ଭୁନାଥ ଖୁଣ୍ଟିଆ ଉପସ୍ଥିତ ହୋଇ ସ୍ମୃତିଚାରଣ କରିଥିଲେ |ଏତତ ପଶ୍ଚାତ ସମସ୍ତଙ୍କୁ ଶ୍ରୀମହାପ୍ରସାଦ ସେବାରେ ନିୟୋଜିତ କରାଯାଇଥିଲା |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO