
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ବିଜେପି ର ବଗଲା ଧର୍ମଶାଳା ବିକ୍ରି ବିରୋଧୀ ଆନ୍ଦୋଳନ ଆଜି ୨୨ଦିନରେ ପହଞ୍ଚିଛି| ବିଜେପି ପକ୍ଷରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହି ଆନ୍ଦୋଳନ ସମର୍ଥନ ରେ ପ୍ରତିବାଦ,ଡିଜିଟାଲ ଦସ୍ତଖତ ଚାଲିଥିବା ବେଳେ ବଗଲା ସମ୍ମୁଖରେ ଏହି ଧାରଣା ଆନ୍ଦୋଳନ ଚାଲିଥିଲା। ଏହା ବିରୁଦ୍ଧରେ ଧାରଣା,ଅନଶନ ଓ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଚାଲିବ। ସମାବେଶ ରେ ଅକ୍ଷୟ ମହାନ୍ତି, ଦିଗଦର୍ଶନ ପଟ୍ଟନାୟକ, ଜୟନ୍ତ ଦାସ,ସୁଶାନ୍ତ ପଟ୍ଟନାୟକ, ବିଶ୍ୱଜିତ ମହାନ୍ତି, ଶିବ ନାରାୟଣ ଦାଶ,କୁମାରୀ ସାହୁ,ହରି ହର ରଥ,ଅନିଲ କୁମାର ଜେନା,ରାଜେଶ କୁମାର ନନ୍ଦ,ଅନିଲ ସାହୁ,ସିନ୍ଧୁ ଚରଣ ସୁବୁଦ୍ଧି, ରାଜେଶ କୁମାର ସାହୁ,ସ୍ନେହାଶିଷ ଦାସ,ଓମ ପ୍ରକାଶ ମହାନ୍ତି, ଚିତ୍ତ ରଂଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।