
ବ୍ରହ୍ମପୁର: ଗ୍ରୀନ୍ ଇଣ୍ଡିଆ ଚିଟ୍ଫଣ୍ଡ କମ୍ପାନୀର ଏମ୍ଡି ପ୍ରଦୀପ ସିଂଙ୍କ ନାମରେ ଥିବା ପୁରୁଣା ୱାରେଣ୍ଟକୁ ଭିତ୍ତି କରି ବ୍ରହ୍ମପୁର ଟାଉନ୍ଥାନା ପୁଲିସ ଶୁକ୍ରବାର ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ଟାଉନ୍ ଥାନା ନେଇ ପୁଲିସ ପଚରା ଉଚରା କରିବା ପରେ ସେଠାରୁ ଗୋସାଣୀନୂଆଗାଁ ଥାନାକୁ ନେଇଥିଲେ । ୨ଜଣ ପଦସ୍ଥ ଅଧିକାରୀ ପଚରା ଉଚରା ବେଳେ ଗ୍ରୀନ୍ ଇଣ୍ଡିଆ ଏମଡି ପ୍ରଦୀପ ସିଂଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସୂଚନାଯୋଗ୍ୟ ଯେ, ୨୦୧୩ରୁ ୨୦୧୬ ମଧ୍ୟରେ ଗ୍ରୀନ୍ ଇଣ୍ଡିଆ ଏମ୍ଡି ପ୍ରଦୀପ ସିଂଙ୍କ ନାମରେ ମାମଲା ହୋଇଥିଲା । ଜମାକାରୀମାନଙ୍କ ଅନୁରୋଧ ଏବଂ ପିଟିସନ ପରେ ଗ୍ରୀନ୍ ଇଣ୍ଡିଆର ଅନେକ ମାମଲା ସିବିଆଇ(ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍)କୁ ମାମଲା ହସ୍ତାନ୍ତର କରାଯାଇଥିଲା । ପ୍ରଦୀପ ସିଂଙ୍କ ବିରୋଧରେ ଥିବା ବିଭିନ୍ନ ମାମଲା ମଧ୍ୟରୁ କେବଳ ଗୋଟିଏ ମାମଲାକୁ ସିବିଆଇ ତଦନ୍ତ ପାଇଁ ଗ୍ରହଣ କରିଥିଲା । ଅନ୍ୟ ୪ଟି ମାମଲା ସିବିଆଇ ଗ୍ରହଣ କରିନଥିଲା । ଫଳରେ ଉକ୍ତ ୪ଟି ମାମଲା ଟାଉନ୍ ଥାନା ଅଧିନରେ ରହିଥିଲା । ଏହି ଆଧାରରେ ଟାଉନ୍ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ତାଙ୍କୁ ଗିରଫ କରିଥିବା ବେଳେ ୯୮/୧୬ ମାମଲାର ତଦନ୍ତ କରି ତାଙ୍କୁ ଗିରଫ କରି ଚିଟ୍ଫଣ୍ଡ କୋର୍ଟକୁ ଚାଲାଣ କରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO