ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶନିବାର ୫୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୬ଜଣ ସୁସ୍ଥ ହୋଇଛନ୍ତି । ତେବେ ଶନିବାର ଜିଲ୍ଲାରେ କୌଣସି ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ଶନିବାର ୫୮ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୫ଜଣ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ଜଣେ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ୫୨ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ୫କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ଜଣେ, ବିଏମ୍ସି ୧ ଓ ଛତ୍ରପୁର ବ୍ଲକ୍ରୁ ୩ଜଣ ରହିଛନ୍ତି । ରାଜ୍ୟଫେରନ୍ତାଜଣକ ପୁରୁଷୋତ୍ତମପୁର ବ୍ଲକ୍ର । ସେହିପରି ୫୨ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ୍ରୁ ୨,ବେଲଗୁଣ୍ଠା ୧, ବିଏମ୍ସି ୧୦, ଭଞ୍ଜନଗର ୩, ବୁଗୁଡା ୨, ଛତ୍ରପୁର ୭, ଚିକିଟି ୩, ଧରାକୋଟ ୧, ଗଞ୍ଜାମ ୬, ହିଞ୍ଜିଳିକାଟୁ ୨, ଜଗନ୍ନାଥପ୍ରସାଦ ୧, ଖଲ୍ଲିକୋଟ ୧, କୁକୁଡାଖଣ୍ଡି ୧, ପାତ୍ରପୁର ୪, ପୋଲସରା ୧, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡା ୫, ସାନଖେମୁଣ୍ଡି ବ୍ଲକ୍ରୁ ୧ଜଣ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୯୧୨୫ରେ ପହଞ୍ôଚଥିବା ବେଳେ ୨୧୪ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୮୪୮୭ରେ ପହଂଚିଛି । ଜିଲ୍ଲାରେ ଏବେ ୪୧୬ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 28, 2024
November 28, 2024