

Related Stories
May 10, 2025
ମାଲକାନଗିରି-ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ଶିକ୍ଷା ଅଧୀକାରୀ ଭାବେ ହିମାଂଶୁ ଭୁଷଣ ସମରଥ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି l ଗତ ୩୧ ଜୁଲାଇରେ ଗୋଷ୍ଠି ଶିକ୍ଷା ଅଧିକାରୀ ଗଙ୍ଗାଧର ପଟ୍ଟନାୟକ ଚାକିରୀ ରୁ ଅବସର ଗ୍ରହଣ କରିବା ପରେ ଏହି ପଦବି ଖାଲି ରହିଥିଲା । ଶ୍ରୀ ସମରଥ ଏହା ପୂର୍ବରୁ ମାଲକାନଗିରି ବିଇଓ ଭାବେ ଗତ ତା୨୩.୭.୨୦୨୦ରିଖରୁ କାର୍ଯ୍ୟକରୁଥିଲେ !ସେ ଯୋଗ ଦାନ କରିବା ପରେ ତାଙ୍କୁ ଏବିଇଓ ଚିନ୍ତା ହରଣ ମଧୁ , ବିଆରସିସି ଅସିତ ମିସ୍ତ୍ରୀ , ଏବିଇଓ ରବିନ୍ଦ୍ର ନାଥ ଧରଙ୍କ ସମେତ ଶିକ୍ଷକ ସଂଘର ସଭାପତି ଧ୍ରୁବ ଚରଣ ନାୟକ , ସମ୍ପାଦକ ଜୟନ୍ତ ଜୁମାର ସାମଲ , ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା , ରମେଶ ଚନ୍ଦ୍ର ପ୍ରଧାନ , ରତ୍ନାକର ସାମଲ ବରିଷ୍ଠ କିରାଣି ଅରୁଣ ଦେ ଙ୍କ ସମେତ ଅନ୍ୟାନ୍ୟ ଅଫିସ କର୍ମଚାରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନେ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର କରି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ l ପ୍ରକାଶ ଥାଉକି ବିଇଓ ଙ୍କ ନିଜ ଘର ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ !