
ମାଲକାନଗିରି-ମାଲକାନଗିରି ଜିଲ୍ଲା ରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି !ଏହାକୁ ରୋକିବା ପାଇଁ ଯାଞ୍ଚ ପକ୍ରିୟାକୁ କଡାକଡି କରାଯାଇଥିବାରୁ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଧରପଗଡ଼ ମାମଲା ବଢ଼ିବାରେ ଲାଗିଛି !ଗତକାଲି ରାତ୍ର ୮ ଟା ୩ 0ମିନିଟ ସମୟରେ ମାଥିଲି ଥାନା ଏସ ଆଇ ଆର, କେ, ସେଠି ଙ୍କ ନେତୃତ୍ୱରେ ପୋଲିସ ଟିମ ଗୋବିନ୍ଦପାଲି ନିକଟସ୍ଥ ବନ ବିଭାଗ ଯାଞ୍ଚ ଫାଟକ ନିକଟରେ ନିୟମିତ ଯାନବାହାନ ଯାଞ୍ଚ କରୁଥିଲେ !ଠିକ ଏତିକିବେଳେ ଏକ ବୋଲେରୋ ପିକଅପ ଗାଡି ଆସୁଥିବା ଦେଖି ଅଟକାଇ ଗାଡି ତନଖି କରିବାରୁ ଗାଡି ପଛପଟେ 49ଟି ପଲିଥିନ ବସ୍ତା ରେ ଗଞ୍ଜେଇ ଭର୍ତି ହୋଇଥିବା ଦେଖିବାକୁ ପାଇଥିଲେ !ତୁରନ୍ତ ଗାଡିସହ ଗଞ୍ଜେଇ ଜବତ କରି ଗାଡି ଚାଳକ ଙ୍କୁ ଗିରଫ କରି ଥାନାକୁ ଆଣିଥିଲେ !ଗିରଫ ଯୁବକ ଜଣକ ୱେଷ୍ଟ ବେଙ୍ଗଲ ରାଜ୍ୟ ମାଲଦା ଜିଲ୍ଲା ବୁସ୍ତମନଗର ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ସଞ୍ଜୟ ରାୟ !ସେ ଏହି ଗଞ୍ଜେଇ ମାଲକାନଗିରି ଥାନା ପଦ୍ମଗିରି ଅଞ୍ଚଳରୁ ନେଉଥିବା ଜଣାପଡିଛି !ତା ନିକଟରୁ ପୋଲସ ଗୋଟିଏ ମୋବାଇଲ ଓ ୧ ହଜାର ଟଙ୍କା ଜବତ କରିଛନ୍ତି !ଜବତ ହୋଇଥିବା 49ଟି ପଲିଥିନ ପ୍ୟାକେଟରେ ୧ ୩ ୨ 0କେଜି ୭ 00ଗ୍ରାମ ଗଞ୍ଜାଇ ରହିଥିଲା ଯାହାର ବଜାର ଦର ୩ ୫ ଲକ୍ଷ ଟଙ୍କା ହେବ ବୋଲି ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି !ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି !ଜିଲ୍ଲା ରେ ଆଜି ସୁଦ୍ଧା ୭ ୨ ଟି ଗଞ୍ଜେଇ ଧରପଗଡ଼ ଜନିତ ମାମଲା ରେ ୨ 0୬ ଜଣକୁ ଗିରଫ କରାଯାଇଥିବାବେଳେ ୭ ୩ ଟି ଗାଡି ଜବତ ହୋଇଛି !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO