
ବାରିପଦା– କଳାହାଣ୍ଡି- କନ୍ଧମାଳ ସୀମାନ୍ତ ଭଣ୍ଡରଙ୍ଗି ସିକି ଜଙ୍ଗଲରେ ବୁଧବାର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସହୀଦ ହୋଇଥିବା ବୀର ଯବାନ ସୁଧୀର ଟୁଡ଼ୁ (୨୮)ଙ୍କର ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ତାଙ୍କର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ବାଘଡ଼ା ପଚାଂୟତ ଅଧୀନ ପଡ଼ୋଶୀ ପଶ୍ଚିମବଙ୍ଗ ସୀମାନ୍ତ ସାନଭଦୁଆ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଆଜି ସକାଳ ୯.୧୦ ସମୟରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଗାଡ଼ିରେ ସହୀଦ ସୁଧୀରଙ୍କ ମରଶରୀର ଆସି ସାନଭଦୁଆ ଗ୍ରାମରେ ପହଁଚିବା ପରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ପଦାଧିକାରୀ, ଅଧିକାରୀ ଓ ଶାସକ ବିଜେଡ଼ି, ବିଜେପି, କଂଗ୍ରେସ, ଜେଏମଏମ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତାମାନେ ସହୀଦଙ୍କ ପାର୍ଥୀବ ଶରୀରରକୁ ଶେଷ ଦର୍ଶନ କରିବା ପରେ ତୋପ ସାଲାମୀ ପ୍ରଦାନ କରାଯାଇଥିଲା । ଏହାପରେ ପରମ୍ପରା ଓ ବିଧି ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଏକ ଶୋକାକୂଳ ପରିବେଶ ମଧ୍ୟରେ ସହୀଦ ବୀର ଯବାନ ସୁଧୀରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ସମୟରେ ସହୀଦ ବୀର ଯବାନ ଅମର ରହେ, ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO