-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୬୦୬ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୪୬୨୫ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୬୮୪, ବାଲେଶ୍ୱର ଜିଲ୍ଲାରେ ୪୯୧୩, ବରଗଡ ଜିଲ୍ଲାରେ ୪୦୩୮, ଭଦ୍ରକ ଜିଲ୍ଲାରେ ୩୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୨୬୭୬ . ବୌ ଦ୍ଧ ଜିଲ୍ଲାରେ ୧୦୦୬, କଟକ ଜିଲ୍ଲାରେ ୧୨,୨୬୫, ଦେବଗଡ ଜିଲ୍ଲାରେ ୩୪୪, ଢେଙ୍କାନାଳ ଜିଲ୍ଲାରେ ୨୩୯୮. ଗଜପତି ଜିଲ୍ଲାରେ ୩୧୨୩, ଗଂଜାମ ଜିଲ୍ଲାରେ ୧୯୦୬୭, ଜଗତସିଂହପୁର ଜିଲ୍ଲାରେ ୨୭୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୫୪୭୩ , ଝାରସୁଗୁଡା ଜିଲ୍ଲାରେ ୨୨୭୬, କଳାହାଣ୍ଡି ଜିଲ୍ଲାରେ ୧୮୪୭, କନ୍ଧମାଳ ୨୭୦୯, କେନ୍ଦ୍ରାପଡା ଜିଲ୍ଲାରେ ୨୭୮୭, କେନ୍ଦୁଝର ଜିଲ୍ଲାରେ ୨୭୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୪୫୬୧ , ମାଲକାନଗିରି ଜିଲ୍ଲାରେ ୨୬୯୪, ମୟୁରଭଂଜ ଜିଲ୍ଲାରେ ୫୪୧୩. ନବରଙ୍ଗପୁର ଜିଲ୍ଲାରେ ୧୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୬୬୬, ନୂଆପଡା ଜିଲ୍ଲାରେ ୧୨୯୪ , ପୁରୀ ଜିଲ୍ଲାରେ ୫୮୩୮, ରାୟଗଡା ଜିଲ୍ଲାରେ ୫୯୧୩. ସମ୍ବଲପୁର ଜିଲ୍ଲାରେ ୩୭୩୪ . ସୁବର୍ଣପୁର ଜିଲ୍ଲାରେ ୧୫୮୦ ଓ ସୁନ୍ଦରଗଡ ଜିଲ୍ଲାରେ ୫୩୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।