ବ୍ରହ୍ମପୁର:ଲଗାଣ ବର୍ଷା କାରଣରୁ ପାଟପୁର -ଶେରଗଡ଼ ରାସ୍ତା ପଳାସପୁର ବୁଦ୍ଧେଶ୍ଵର ମନ୍ଦିର ଠାରୁ 200ମିଟର ଆସିକା ରାସ୍ତାରେ ଥିବା ବହୁ ପୁରୁଣା ପୋଚକା ନାଳ ବ୍ରିଜ୍ ଆଜି ସଂଧ୍ୟା 5.30 ମିଟର ଅପ୍ରତ୍ୟାଶୀତ ଭାବେ ଭାଙ୍ଗିଯାଇଅଛି l ଯାହା ଫଳରେ ଦିଗପହଣ୍ଡି ଠାରୁ ଆସିକା ଗମନା ଗମନ ବ୍ୟବସ୍ଥା ଠପ୍ ହୋଇଅଛି l
ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଇକ ଉକ୍ତ ପୋଲରେ ଅତିକ୍ରମ କରୁଥିବା ବେଳେ ଭୟଙ୍କର ପ୍ରଳୟ ସ୍ରୋତ ଆସିବାରୁ ପଡ଼ିଯାଇଥିଲେ l ସୌଭାଗ୍ୟ ବଶତଃ ଆରୋହୀ ସହ ଦୁଇ ଜଣ ଉଧାର ହୋଇଥିବା ବେଳେ ଭାସିଥିବା ବାଇକର ପତ୍ତା ମିଳୁନାହିଁ l
ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅବସ୍ଥା ଅନୁଧ୍ୟାନ କରିବା ସହ ଉଭୟ ପଟରେ ରହିଥିବା ଯାନ ଭାହାନ ଗୁଡିକୁ ନିୟନ୍ତ୍ରଣ କରିବାକୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦେଇଛନ୍ତି l ଉଭୟ ପଟରୁ ରାସ୍ତାକୁ ସିଲ କରି ଗମନା ଗମନ ବ୍ୟବସ୍ଥାକୁ ଉକ୍ତ ପୋଲ ଦେଇ ସାଂପୂର୍ଣ୍ଣ ନିଷିଦ୍ଧ କରିଛନ୍ତି l
Related Stories
November 21, 2024
November 21, 2024