ମାଲକାନଗିରି-ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା ରେ ଲୋକେ ଦେହଖରାପ ହେଲେ ଡାକ୍ତରଖାନାକୁ କୁ ଯିବା ଅପେକ୍ଷା ପାରମ୍ପରିକ ଚିକତ୍ସା ଗୁଣି ଗାରେଡି ଉପରେ ଅଧିକ ବିଶ୍ୱାସ କରିଥାନ୍ତି !ଗୁଣିଗାରେଡି କୁ ନେଇ ଜିଲ୍ଲାରେ ବହୁ ହତ୍ୟାକାଣ୍ଡ ଘଟିଛି ! ଏପରିକି ଗୁଣିଆ ର ଚିକିତ୍ସାରେ ରୋଗୀ ଅଧିକ ଗୁରୁତର ହୋଇମୃତୁ ବରଣ କରୁଛନ୍ତି !ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ର ପଣଷପୁଟ ପଞ୍ଚାୟତ ଘେନବେଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା !ଯେଉଁଠି ଜଣେ ମହିଳାକୁ ମଝି ଜଙ୍ଘଲରେ ଗୁଣିଆ ଝଡାଫୁଙ୍କା କରି ଧୂଆଁଦେବାରୁ ସେ ଗୁରୁତର ହୋଇ ମାଲକାନଗିରି ମୁଖ୍ୟ ଚିକତ୍ସାଳୟରେ ଭର୍ତି ହୋଇ ଥିବା ଜଣା ପଡିଛି !ମିଳିଥିବା ସୂଚନା ଅନୁଯାୟୀ ଘନବେବେ ଗାଁ ର ବିଶ୍ୱନାଥ ହନ୍ତ!ଳ ଙ୍କ ସ୍ତ୍ରୀ ପୂର୍ଣ୍ଣିମା ଯୋଡ଼ମ୍ବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ ପୁତ୍ର ଜନ୍ମ ଦେବା ପରେ ଅଚେତ ହୋଇଯାଇଥିଲେ !ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନହେବାରୁ ତାଙ୍କୁ ମାଲକାନଗିରି ନେବା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀମାନେ ପରାମର୍ଶ ଦେଇଥିଲେ !ହେଲେ ପରିବାର ଲୋକ ମାଲକାନଗିରି ନେବା ପରିବର୍ତେ ଘରକୁ ଆଣି ୨ ଦିନ ଧରି ଜଙ୍ଘଲ ମଝିରେ ଗୁଣିଆ ଦ୍ୱାରା ଚିକିତ୍ସା କରିଥିଲେ !ଗୁଣିଆ ଝଡାଫୁଙ୍କା କରିବା ସହ ପୂର୍ଣ୍ଣିମା କୁ ଧୂଆଁ ଦେଇଥିଲା !ଫଳରେ ସେ ଅଧିକ ଗୁରୁତର ହୋଇ ପଡ଼ିଥିଲେ !କୋଣସି ସୂତ୍ରରୁ ମାଲକାନଗିରିର ସ୍ବେଛାସେବୀ ସନ୍ତୋଷ ନାଗ ଖବର ପାଇଁ ପୂର୍ଣ୍ଣିମା କୁ ମାଲକାନଗିରି ମେଡିକାଲକୁ ଆଣି ଥିଲେ !ତାଙ୍କ ଅବସ୍ଥା ଏବେବି ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି !