
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଭାରତୀୟ ଜନତା ପାର୍ଟି ତରଫରୁ ପୁରୀଜିଲ୍ଲାର ବିକାଶ କାର୍ଯ୍ୟର ଗତିକୁ ତ୍ୱରାନ୍ୱିତ କରିବାପାଇଁ ଏବେ ନିଜେ ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ପୁରୀ ଲୋକସଭା ପ୍ରାର୍ଥୀ ଥିବା ଡାକ୍ତର ସମ୍ବିତ ପାତ୍ରଜୀ ନିଜେ ଗ୍ରାମୀଣ ଅଞ୍ଚଳ ବୁଲିଦେଖିବା ସହିତ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ଓ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଛନ୍ତି |ଏହି ଗ୍ରସ୍ତରେ ପୁରୀ ସଦର ବ୍ଲକ ଅନ୍ତର୍ଗତ ହରେକୃଷ୍ଣପୁର, ତାଳ ଜଂଗ ଓ ଉତ୍ତରକଣା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଦେଖିଥିଲେ ଡାକ୍ତର ସମ୍ବିତ ପାତ୍ର ତାଙ୍କ ସହିତ ଥିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଅନ୍ୟ କାର୍ଯ୍ୟକର୍ତା ପ୍ରଭାବିତ ଅଞ୍ଚଳ ସମ୍ପୂର୍ଣ୍ଣ ବୁଲି ଦେଖିଥିଲେ |ଏହା ସହିତ ନଦୀବନ୍ଧ ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ କଥାହୋଇଥିବା ସୂଚନା ମିଳିଛି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO