
ମହାମାରୀର ଦୃଦଶା ଥିବାବେଳେ ଏବେ ବନ୍ୟା ବୋଝ ଉପରେ ଲଳିତା ବିଡା ଭଳି ପରିସ୍ଥିତି ସୃଷ୍ଟି ହୋଇଛି |ବନ୍ୟାର ପ୍ରଭାବରେ ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି ଥିବାବେଳେ ଘରେ ରୋଷଇ ସମ୍ଭବ ନ ହେବାରୁ କିଛି ଲୋକ ଛାତ ଉପରେ ରୋଷେଇ କରୁଥିବା ବେଳେ କିଛି ଲୋକ ଅନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି |
ଏହା ସହିତ ବେଳେବେଳେ ହେଉଥିବା ବର୍ଷା ମଧ୍ୟ ଅନେକାଂଶରେ ଅସୁବିଧା ସୃଷ୍ଟି କରୁଛି |ଫନି ବାତ୍ୟା ପରଠାରୁ ଅନେକ ଅଞ୍ଚଳରେ ପୂର୍ବରୁ ଲାଗିଥିବା ଷ୍ଟ୍ରୀଟଲାଇଟ ଏବେ ପର୍ଯ୍ୟନ୍ତ ଠିକ କରାଯାଇନଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ୨୫ -୩0 ମିନିଟରୁ ଅଧିକ ସମୟ ଏବେ ସମସ୍ୟା ସୃଷ୍ଟି କରୁଛି |
ଗୋପୀନାଥପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଗମନା ଗମନରେ ବାଧା ସୃଷ୍ଟି ହୋଇଛି |ବନ୍ୟା ଜଳ ନିଷ୍କାସନ ନ ହୋଇ ଥିବାରୁ ଅନେକ ଅଞ୍ଚଳ ବୁଡି ରହିଛି ଫଳରେ ସ୍ଥଳ ଭାଗରେ ବସବାସ କରୁଥିବା ବିଷଧର ଜନ୍ତୁ ବା ସରୀସୃପ ମାନଙ୍କର ଭୟ ଏବେବି ରହିଛି |ଖୁସିର କଥା ଗତକାଲି ଜିଲ୍ଲା
ପ୍ରଶାସନ ତରଫରୁ ଗ୍ରାମ ପଞ୍ଚାୟତ ମାଧ୍ୟମରେ ୧0କିଲୋ ଚୁଡା ଏବଂ ୫00ଗ୍ରାମ ଗୁଡ଼ ଗତକାଲି ରିଲିଫ ବଣ୍ଟାଯାଇଛି |ତୁରନ୍ତ ବନ୍ୟାଜଳ ନିଷ୍କାସନ ସ୍ଥାୟୀ ବ୍ୟବସ୍ଥା କରାଯିବା ସହିତ ଷ୍ଟ୍ରୀଟ ଲାଇଟ ଲଗାଇବା ପାଇଁ ଗୋପୀନାଥପୁର ସ୍ଥାନିୟ ବାସିନ୍ଦା ଦାବୀ କରିଛନ୍ତି |ସମାଜସେବୀ ବିଭୁଦତ୍ତ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି |