କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସାମ୍ପ୍ରତିକ କରୋନା ମହାମାରୀ ସମୟରେ ବିଦ୍ୟାର୍ଥୀମାନଙ୍କ ଆର୍ଥିକ ଓ ସାମାଜିକ ସମସ୍ୟା ସହିତ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ତାକୁ ନେଇ ଅପରିପକ୍ବ ନିଷ୍ପତି ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତକୁ ଅନ୍ଧାର ଘେରକୁ ନେଉଯାଉଛି । ଏଥି ସହ ପୁରୀ ରେ ପର୍ଯ୍ୟଟନ କ୍ଷେତ୍ର ନା ରେ ଯେଉଁ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି ସେଥିରେ ଆମର ଶାସନ ଓ ପ୍ରଶାସନ ଶ୍ରୀକ୍ଷେତ୍ର ର ପବିତ୍ର ଧାର୍ମିକ ବାତାବରଣ ଓ ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ଷଡଯନ୍ତ୍ର ପୂର୍ବକ ଅଣଦେଖା କରାଯାଉଛି । ଏଭଳି ୬ଦଫା ଦାବି ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ଶାଖା ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ନିକଟ କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଅଛି|