ଭୁବନେଶ୍ୱର – ରାଜ୍ୟରେ ୨୪ ଘଂଟାରେ ମୋଟ୍ ୪୫ହଜାର ୧୬୫ କରୋନା ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏଥିମଧ୍ୟରୁ ଆଂଟିଜେନ୍ରେ ୩୮,୧୬୫, ଆରଟିପିସିଆରରେ ୬,୮୩୬ ଓ ଟ୍ରୁନଟ୍ରେ ୧୬୪ଟି କରୋନା ନମୁନା ପରୀକ୍ଷା କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫୬୨, କେନ୍ଦ୍ରାପଡ଼ାରେ ୪୧୨୯ ଓ କେନ୍ଦୁଝରରେ ୩୩୮୯ଟି ନମୁନା ପରୀକ୍ଷା ହୋଇଛି ।