
କୈଳାସ ଚନ୍ଦ୍ର ପଣ୍ଡା, ପୁରୀ,୦୬/୦୯/୨୦୨୦,ବହୁ ଦୁଃଖ କଷ୍ଟରେ ଲୋକମାନଙ୍କର ଅଳିଆ ଓ ମଇଳା ସଫାକରି ଜୀବନ ଯାପନ କରୁଥିବା ପରିମଳ ସଫେଇ କର୍ମଚାରୀ ମାନଙ୍କୁ ଠିକ ସମୟରେ ଦରମା ମିଳୁନାହିଁ |ଦୁଇ ତିନି ମାସରେ ଥରେ ଦରମା ମିଳୁଥିବାବେଳେ ଏବେ ଗତମାସରେ ଏକମାସ ଓ ଦୁଇଦିନ ବିଳମ୍ବରେ ମିଳିଥିଲା |ଏ ମାସରେ ମଧ୍ୟ ଆଜିକୁ ୬ ତାରିଖ ହୋଇଗଲାଣି କିନ୍ତୁ ଦରମା ମିଳିଲାନାହିଁ |ସକାଳୁ ଉଠୁ ଉଠୁ ଆମେ ସମାଜର ସମସ୍ତ ଅଳିଆ ସଫା କରୁଥିବା ବେଳେ ପେଟକୁ ଦାନା ମିଳୁନଥିବାରୁ ଭୋକିଲା ପେଟରେ ମଧ୍ୟ ଦୁଃଖ ନ ଜଣାଇ କାର୍ଯ୍ୟ ଜାରିରଖିଛୁ |ସମାଜର ଶ୍ରେଷ୍ଠ ସେବାକାରୀ ମାନଙ୍କୁ ଠିକ ସମୟରେ ଗଣ୍ଡେ ଖାଇବାକୁ ମିଳୁନାହିଁ ତଥାପି ସଫେଇ ଜାରି ରହିଛି କିନ୍ତୁ କ୍ଷୋଭ ଓ ଦୁଃଖ ତଥା କ୍ଷୁଧାର ଜ୍ୱାଳା ବଢିଚାଲିଛି |ଏହି ପରିପ୍ରେକ୍ଷୀରେ ଆଜି ପୁରୀ ପୌରସଂସ୍ଥାର ଶହଶହ ସଫେଇ କର୍ମଚାରୀ ପୁରୁଷ ଓ ମହିଳା ଗାନ୍ଧୀଘାଟଠାରେ ଏକତ୍ରିତ ହୋଇ ଏହି ନିଷ୍ପତ୍ତି ନେଲେଯେ..
୧-ଠିକ ସମୟରେ ଦରମା ମିଳିବା
୨ -ପିଲାମାନଙ୍କୁ ଜାତି ପ୍ରମାଣ ପତ୍ର
୩ -ସପ୍ତମ ବେତନ
୪-ବକେୟା ଏରିଅର ପାଇବା
୫-ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି,
୬-ସଫାଈ ସାମାନ ପ୍ରଦାନ
୭-ବୋନସ ଦାବିରେ
ଏକତ୍ରିତ ହୋଇଥିବା ସମସ୍ତ କର୍ମଚାରୀ ଆଗମୀଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ପୌରସଂସ୍ଥା ଆଗରେ ଧାରଣା ଓ ଆନ୍ଦୋଳନ କରିବେ |ଏହାର ତୁରନ୍ତ ସମାଧାନ ପାଇଁ ସଭାପତି ପ୍ରିୟଦର୍ଶନ ପଟ୍ଟନାୟକ, ସହସଂପାଦକ ସନାତନ ନାୟକ, ଉପସଭାପତି ଅଚ୍ୟୁତ ନାୟକ ପ୍ରମୁଖ ଆଗାମୀ ଦିନରେ ଏହି ଲଢେଇ ଚାଲୁ ରଖିବେ ବୋଲି କହିଛନ୍ତି |