
କୈଳାସ ଚନ୍ଦ୍ର ପଣ୍ଡା,ପୁରୀ-ଜଗତସିଂପୁର ବିରିଡି ସ୍ଥିତ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବସୁମାତା ତରଫରୁ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ପୁରୀ ଅଞ୍ଚଳରେ ବିଶୋଧନ କାର୍ଯ୍ୟ କରାଯାଇଛି. ପୁରୀ ବଡ଼ ମନ୍ଦିର ସମ୍ମୁଖରେ ଥିବା ପରିସରରେ ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ଓ ଚୂନରା ସେବକ ଡ଼.ଶରତ ମହାନ୍ତି ପ୍ରମୂଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକୁ ଉଦଘାଟନ କରିଥିଲେ| ମନ୍ଦିର ସମ୍ମୁଖ ପରିସରରୁ ଆରମ୍ଭ କରି ବଡ଼ ଦାଣ୍ଡ, ସିଂହଦ୍ୱାର ଥାନା,ଶ୍ରୀ ଗଜପତି ମହାରାଜାଙ୍କ ଉଆସ, ପୁରୀ ଟାଉନ ଥାନା ପ୍ରମୂଖ ପରିସର ଗୁଡିକୁ ସମ୍ପୂର୍ଣ୍ଣ ରୂପେ ବିଶୋଧନ କରାଯାଇଛି|ଏହା ସହିତ ପୁରୀ ଆରଏସଏସ କାର୍ଯ୍ୟାଳୟ, ସମ୍ବାଦ କାର୍ଯ୍ୟାଳୟ, କନକ ଟିଭି କାର୍ଯ୍ୟାଳୟ, news18 କାର୍ଯ୍ୟାଳୟ ପରିସରକୁ ବିଶୋଧନ କରାଯାଇଥିଲା| ସର୍ବଶେଷରେ ବାଲିଘାଇ ସ୍ଥିତ ହରିହରାନନ୍ଦ ଗୁରୁକୂଳମ ପରିସରକୁ ସମ୍ପୂର୍ଣ୍ଣ ରୂପେ ବିଶୋଧନ କରାଗଲା |ସଙ୍ଗଠନର ସମ୍ପାଦକ ଗୟାଧର ମହାନ୍ତି, ଆଇନଜୀବୀ ତଥା ସମାଜସେବୀ ଶୁଭେନ୍ଦୁ ମହାନ୍ତି,ଓଡିଶା ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତ୍ତା ବିରଞ୍ଚି ନାରାୟଣ ମହାପାତ୍ର, ସ୍ଵୟଂସେବକ ଦୀପକ ନାୟକ, ଇଂ ପ୍ରଭାତ ତ୍ରିପାଠୀ , ସୁରେଶ ଜେନା,ଭୀମସେନ ରାଉତରାୟ ,ରାମଶଙ୍କର କାଣ୍ଡି ,ରମେଶ ଭୋଇ ପ୍ରମୂଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ|
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO