
ଭୁବନେଶ୍ୱର – ଗତ ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ପ୍ରଭାବିତ ୨୦ଟି ଜିଲ୍ଲା ମଧ୍ୟରୁ କ୍ଷୟକ୍ଷତି ହୋଇଥିବା ଭଦ୍ରକ ଜିଲ୍ଲା ଗ୍ରସ୍ତ କରିଛନ୍ତି । ଏଆଇସିସି ଦ୍ୱାରା ନିଯୁକ୍ତ ପିସିସି କମିଟି ସଦସ୍ୟ ଉକ୍ତ କମିଟିରେ ସଦସ୍ୟ ଥିବା ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଓ ଜୟପୁର ବିଧାୟକ ତଥା କଂଗ୍ରେସ ବିଧାଳୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ସଭାପତି ଅଶୋକ କୁମାର ଦାସ, କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ପୂର୍ବତନ ବିଧାୟକ ପ୍ରାର୍ଥୀ ସୁବ୍ରତ ଦାସ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଭଦ୍ରକ ଜିଲ୍ଳାର ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀର ଆମ୍ବଗାଡ଼ିଆ ଘାଇ, ବାଲିପୋଖରୀ ଏସ୍କେପ, ମାଲତ ଏବଂ ଧାମନଗରର ଗେଙ୍ଗୁଟି ନଦୀର ଉଭୟପାଶ୍ୱର୍ ପରିଦର୍ଶନ କରି ଅସନ୍ତୋଷ ଜାହିର କରିଛନ୍ତି । ଆମ୍ବଗାଡ଼ିଆ ନଦୀବନ୍ଧର ସ୍ଥିତି ପରିଦର୍ଶନ ବେଳେ ସେମାନେ ଯେତିକି ପାଣି ନଈରେ ପ୍ରବାହିତ ହୋଇଛି ସେଥିରେ ଘାଇ ହେବାର ପ୍ରଶ୍ନ ଉଠୁନି ବୋଲି ପ୍ରତିନିଧି ମଣ୍ଡଳୀ ହୃଦୟଙ୍ଗମ କରିଥିଲେ ଏବଂ ନିମ୍ନମାନର ବନ୍ଧ କାମ ହୋଇଥିବାରୁ ବନ୍ଧ ଫାଟି ଯରାଇ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଥିଲେ । ସେହିପରି ବାଲିପୋଖରୀ ଏସ୍କେପ ପରିଦର୍ଣନ କରି କହିଥିଲେ ପ୍ରତିବର୍ଷ ବନ୍ୟାରେ ବନ୍ଧ ରାସ୍ତା ଧୋଇହୋଇ ଘାଇ ସୃଷ୍ଟି ହେଉଛି ଏହାର ସ୍ଥାୟୀ କାର୍ଯ୍ୟ କରାଯାଉନାହିଁ । ଏଥିରେ ମାଲାମାଲ ହେଉଛନ୍ତି କଂଟ୍ରାକ୍ଟର ଓ ବିଜେଡ଼ି କର୍ମୀ ଏଥିଯୋଗୁଁ ବହୁ ଚାଷୀଙ୍କ ଜମି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଭଣ୍ଡାରୀପୋଖରୀ ଗେଙ୍ଗୁଟି ନଦୀର ଉଭୟ ପାଶ୍ୱର୍ରେ ଥିବା ବନ୍ଧ ଅତି ବିପଦ ସଂକୁଳ ଅବସ୍ତାରେ ରହିଛି । ପ୍ରତିର୍ବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖାଲି ବନ୍ଧ ମରାମତି କରାଯାଉଛି ବିଜେଡ଼ି ନେତା ଓ କଂଟ୍ରାକ୍ଟର ପକେଟ ଗରମ ପାଇଁ କ୍ଷୟକ୍ଷତି ଅଂଚଳରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଠିକ୍ ଭାବରେ ହେଉନଥିା କଥା କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଥିଲେ ଏବଂ ବିଶେଷକରି ଘାଇ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏବେସୁଦ୍ଧା କିଛି ଦିଆଯାଇ ନାହିଁ ଖାଲି ପ୍ରଚାର ଚାଲିଛି । ଯେଉଁ କିଛି ଲୋକଙ୍କୁ ଦିଆଯାଉଛି ତାହା କେବଳ ସରକାରୀ ଦଳୀ କର୍ମୀଙ୍କୁ ରିଲିଫ ଦେବାର ପାତରଅନ୍ତର କରୁଥିବା ସାଧାରଣଲୋକ ଅଭିଯୋଗ କରିଥିଲେ । ଏହି ଅବସରରେ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଏନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ଓ ବିଧାୟକ ବାହିନିପତି ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ଖୁବ୍ଶୀଘ୍ର ଘାଇ ମରାମତି ସହ ସ୍ଥାୟୀ ପ୍ରତିକାର ପାଇଁ ପରାମର୍ଶ ଦେବା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ କିପରି ରିଲିଫ ସାମଗ୍ରୀ ଓ ପଲିଥି ମିଳିବ ତାହାର ସୁ ବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଓ ଶ୍ରୀ ବାହିନପୀତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗ୍ରସ୍ତକରି ସରକାରଙ୍କ କାର୍ଯ୍ୟକାରିତା ଉପରେ ଅନେକ ପ୍ରଶ୍ନ କରିଛନ୍ତି । ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହିତ ସାର, କୀଟନାଶକ ଔଷଧ, ବିହନ ତଳି ଯୋଗାଇବା ସହ ଆବଶ୍ୟକ ସ୍ଥଳେ ବନ୍ୟା ପ୍ରପଡ଼ିତଙ୍କୁ ପାଲ, ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଦାବ କରିଛନ୍ତି । ଯେଉଁ ଯାଗାରେ ସରକାରୀ ଅଫିସରଙ୍କ ଅବହେଳା ପାଇଁ ତାହାର ଉଚ୍ଚସ୍ତରୀୟ ଅବହେଳା ପାଇଁ ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଶ୍ରୀ ଜେନା ଓ ଶ୍ରୀ ବାହିନୀପତି ଦାବ କରିଛନ୍ତି । ଜଳବନ୍ଦୀ ଅଂଚଳରେ ୫୦କିଲୋ ଚାଉଳ ଓ ୫୦୦ ଟଙ୍କାର ସହାୟତ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା ଉପରେ ପ୍ରଶ୍ନବାଚି ସୃଷ୍ଟି କରିବା ସହିତ ଏହାକୁ ସମଗ୍ର ବନ୍ୟା ପ୍ରଭାବିତ ଅଂଚଳରେ ଦିଆଯାଉ ବୋଲି ଦାବି କରିଛନ୍ତି ।