ମାଲକାନଗିରି -ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ୧୦ ହଜାର ଶିକ୍ଷିତ ବେକାରଙ୍କ ନାମ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ଯାଳୟରେ ପଞ୍ଜିକରଣ କରାଯାଇଥିବା ଜଣାପଡିଛି । ସେଥିମଧ୍ଯରୁ ଅଣ୍ଡର ମାଟ୍ରିକ ୪୦୬ଜଣ,ମାଟ୍ରିକ ୩୦୬୪ଜଣ, +୨ ପାଶ ପ୍ରାର୍ଥି ୩୮୨୨ଜଣ,ଗ୍ରାଜୁଏଟ୍ କଳା ୧୨୭୫ ଜଣ,ଗ୍ରାଜୁଏଟ୍ ବିଜ୍ଞାନ ୨୬୮ ଜଣ,ଗ୍ରାଜୁଏଟ୍ ବାଣିଜ୍ଯ ୧୫୯ ଜଣ,ବିବିଏ ୬ ଜଣ,ବିସିଏ ୧୪ ଜଣ,ଡିପ୍ଲୋମା ୧୫୦ ଜଣ, ଆଇଟିଆଇ ୨୬୮ ଜଣ,ସିଟି ପ୍ରଶିକ୍ଷଣ ୧୧୮ ଜଣ ପ୍ରାର୍ଥ ନାମ ପଞ୍ଜିକରଣ କରିଛନ୍ତି । ପୁରୁଷ ୬୭୭୩ ଜଣଏବଂ ମହିଳା ୩୪୦୯ ଜଣଙ୍କ ନାମ ପଞ୍ଜି କରଣ ହୋଇଛି । ମାଲକାନଗିରି ଜିଲ୍ଲାର ମୋଟ ଶିକ୍ଷିତ ପ୍ରାର୍ଥି /ପ୍ରାଥିନୀ ୯୬୫୭ ଜଣଙ୍କ ମଧ୍ଯରୁ ସାଧାରଣ ବର୍ଗର ୨୭୪୫ ଜଣ,ଏସସି ବର୍ଗର ୩୩୮୪ ଜଣ,ଏସଟି ବର୍ଗର ୩୫୧୬ ଜଣ ନାମ ପଞ୍ଜିକୃତ କରିଛନ୍ତି । ସେହିପରି ଅର୍ଦ୍ଧ ଶିକ୍ଷିତ ୪୯୦ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ସାଧାରଣ ବର୍ଗରୁ ୧୦୭ ଜଣ,ଏସସି ବର୍ଗରୁ ୧୯୫ ଜଣ ଏବଂ ଏସଟି ବର୍ଗରୁ ୨୩୫ ଜଣ ନାମ କର୍ମ ନିୟୋଜନ ସଂସ୍ଥାରେ ନାମ ପଞ୍ଜିକରଣ କରିଛନ୍ତି । ସବୁ ସରକାରୀ କାର୍ଯ୍ଯାଳୟରେ କର୍ମଚାରୀଙ୍କ ଘୋର ଅଭାବ ଦେଖା ଦେଇଛି । ତେବେ ପଦବୀ ଉଛେଦ କରିବାରେ ସରକାର ଚକ୍ରାନ୍ତ ଚଳାଇଥିବା ବେଳେ ନୂତନ ନିଯୁକ୍ତି ସମ୍ଭାବନା ଶୂନ୍ । ଏଣେ ନୈରାସ୍ଯ ଅନ୍ଧକାର ମଧ୍ଯରେ ଶିକ୍ଷିତ ଯୁବକ ଯୁବତୀଙ୍କ ଭବିଷ୍ଯତ ।
Related Stories
November 23, 2024