
ମାଲକାନଗିରି-ମାଲକାନଗିରି – ମୋଟୁ କୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥ ସ୍ଥିତ ଏମ ଭି ୭୬ ଗ୍ରାମ ଠାରେ ଏକ ୭୦୯ ମିନି ଟ୍ରକ୍ ସହ ମୋଟର ସାଇକେଲ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଏମ ପି ଭି ୮୩ ଗ୍ରାମର ପରିତୋଶ ହାଲଦାର, ତାଙ୍କ ଭାଉଜ ଓ ଝିଆରୀ କୁ ନେଇ କାଲିମେଳା ରୁ ନିଜ ଗ୍ରାମ ଏମ ପି ଭି ୮୩ ଗ୍ରାମକୁ ଫେରୁଥିବା ସମୟରେ ମୋଟୁ ରୁ ମାଲକାନଗିରି ଅଭିମୁଖେ ଯାଉଥିବା ଗୋଟିଏ ୭୦୯ ମିନି ଟ୍ରକ ଏମଭି୭୬ ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ପରିତୋଷ ହଲଦାର ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଉଜ ଓ ଝିଆରୀ ଗୁରୁତର ଥିବାରୁ ଏମଭି୭୯ ପୋଲିସ ସମେତ ସ୍ଥାନୀୟ ଲୋକଙ୍କ ସହଯୋଗରେ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇ ଥିଲା । ସେଠାରେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ମାଲାକନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରଣ କରାଯାଇଥିଲେ ମଧ୍ୟ ସେଠାରେ ମହିଳା ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବାରୁ ପୋଲିସ ପକ୍ଷରୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ୩ ବର୍ଷର କୁନି ଝିଅଟିର ହାତ ଭାଙ୍ଗିଯିବା ସହ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।