
ମାଲକାନଗିରି -ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା !ପୂର୍ବ ଶତୃତା କୁ କେନ୍ଦ୍ରକରି ୨ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯଇଛି !ମାଥିଲି ଥାନା କର୍ତ୍ତନପାଲି ପଞ୍ଚାୟତ କୋପ୍ରା ଗ୍ରାମର ପୀତବାସ ଖରା ଓ ତାଙ୍କ ସ୍ତ୍ରୀ ରାଇଲା ସବୁଦିନ ପରି ନିଜ ପୁଅ ଓ ଝିଅ କୁ ତାଙ୍କ ମାଉସୀଙ୍କ ପାଖରେ ଛାଡି କାମକୁ ଯାଆନ୍ତି ! ମାଉସୀ ପାଣି ଆଣିବାପାଇଁ ନିକଟସ୍ଥ କୂଅ ପାଖକୁ ଯାଇଥିବାବେଳେ ପୀତବାସଙ୍କ ସମ୍ପର୍କୀୟ ଦାଦା ଡ଼ମ୍ବୁ ବାରିକ ଓ କୁମୁଟି ବାରିକ ଉଭୟ ଘରକୁ ଆସି ଦୁଇ ବର୍ଷର ପୁଅ କୁ ଟାଙ୍ଗିଆ ରେ ଆଣି ଅତି ନିର୍ମମ ଭାବେ ହତ୍ୟାକରିଥିଲେ !ଶିଶୁ ର ଚିତ୍କାର ଶୁଣି ମାଉସୀ ଧାଇଁ ଚାଲିଆସିବାରୁ ସେମାନେ ସେଠାରୁ ଚାଲି ଯାଇଥିଲେ !ଏ ସମ୍ପର୍କରେ ମୃତ ଶିଶୁର ପିତା ଏତଲା ଦେବାପରେ ପୋଲିସ ପହଞ୍ଚି ଶବ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ କରି ହତ୍ୟାକାରୀ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥବା ଜଣାପଡିଛି !